STORYMIRROR

Snigdha Mishra

Others

4  

Snigdha Mishra

Others

ଆମରି ବନ୍ଧୁତା

ଆମରି ବନ୍ଧୁତା

1 min
496

ମନକୁ ବାନ୍ଧିପାର ବୋଲି

ତୁମେ ବନ୍ଧୁ

ସାଥେ ସାଥେ ଚାଲିପାର ବୋଲି

ହୋଇଲ ମୋର ସାଥି

ନିଜର ନୁହଁ କିନ୍ତୁ ସବୁଠୁ ନିଜର

ଆପଣାର ନହୋଇ ବି

ସଦା ଆପଣାର

ରକ୍ତର ସଂପର୍କଠୁ ଢ଼େର୍ ଉର୍ଦ୍ଧ୍ବରେ

ସମାଜର ରୀତିଠାରୁ

ଅନେକ ଦୂରରେ

ଶ୍ରଦ୍ଧାର କଲମ ଧାରେ

ହୃଦୟ କାଗଜ ପରେ

ତୁମେ ଲେଖିଦେଲ ଏକ କବିତା

ଆଉ ତା'ର ନାଁ ଦେଲ

"ଆମରି ବନ୍ଧୁତା"

ଜୀବନର ରାସ୍ତାରେ

ସମୟ ସୁଅରେ

ଢ଼େର୍ ଦୂରତା ଆସିବ

ଆମ ଭିତରେ

କିନ୍ତୁ ମନ ତଳର ଆବେଗତକ

ଠିକ୍ ସେମିତି ରହିବ

ଯେମିତି ରହି ଆସିଛି ଚିରଦିନରୁ

ହଁ, ମୁଁ ହାରିଯାଇପାରେ

ତୁମେ ଥକିଯାଇପାର

ତଥାପି କେବେ ଦିନେ

ଜୀବନର ଅପରାହ୍ନରେ

ଶୂନ୍ୟ ଆକାଶ ତଳେ

ଆମେ ପୁଣି ଦେଖାହେବା

ପୁରୁଣା ସ୍ମୃତିସବୁକୁ ସାଉଁଟିବା

ଆଉ ପୁଣି ଲେଖିନେବା

ତୁମର ସେ ଅଧାଲେଖା କବିତା

ଶେଷରେ ତା' ନାଁ ଦେବା

"ଆମରି ବନ୍ଧୁତା"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍