STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ମୋ ଶବ ଉପରେ

ମୋ ଶବ ଉପରେ

1 min
231

ମୋ ଶବ ଉପରେ ଲେଖିବି ତୋ ନାଁ

ମୋ ମଶାଣି ଭୂଇଁରେ

ଲେଖିବି ତୋ ଶାଶୁ ଘର ନାଁ

ମୋ ଭଲପାଇବା ର ନମୁନା

ସେଦିନ ଦେଖିବ ସାରା ଦୁନିଆଁ ।


ମୋ ହୃଦୟ ମଧ୍ୟରେ

ରଖିବି ତୋ ପ୍ରେମ ଠିକଣା

ତୁ ବୁଝୁ ନ ବୁଝୁ ମୋ

ପ୍ରେମିକ ହୃଦୟର ପ୍ରେମ ପାଉଣା

ତୁ ଦେ ମୋତେ ପଛେ ତୋ

ପ୍ରେମେ ପ୍ରତାରଣା

ହେଲେ ମୋ ଶବ ଉପରେ

ଲେଖିବି ମୁଁ ତୋ ନାଁ ।


ଜୀବନ ର ମାନେ ତୁ କି ବୁଝିବୁ

ପ୍ରେମର ମୂଲ୍ୟ ତୁ ଶୂଝିବୁ

ମୋ ମଲା ବେଳେ

ତୁ ତୋ ସଂସାର ଜଞ୍ଜାଳେ

ଡୁବି କରି ଥିବୁ

ତୁ ସିନା ତୋ

ବାପାମାଆଙ୍କ ର ଅଲିଅଳି କନ୍ୟା

କିମ୍ଫାଇ ମୋ ପାଇଁ ହେଲୁ

ଏତେ ହୃଦୟ ହୀନା

ତଥାପି ମଲା ପରେ ଵି

ଭଲ ପାଇଅଛି ବୋଲି

ମୋ ଶବ ଉପରେ ଲେଖିବି

ମୁଁ ତୋର ନାଆଁ

ହେ ମୋର ପ୍ରିୟା

ହେ ମୋର ପ୍ରିୟା ।


ପ୍ରତିଶ୍ରୁତି ଦେଇ

ପ୍ରତାରଣା କଲୁ

ମାନ ସମ୍ମାନ

ପ୍ରତିଷ୍ଠା ପଛେ ଧାଇଁଲୁ

ତୋ ପାଶେ ହାରିଲା ମୋ

ପ୍ରେମ ମୋହର ମାୟା

ଏବେ ବି କହୁଛି

ମୁଁ ମଲା ପରେ

ମୋ ଶବ ଉପରେ ଲେଖିବି

ମୁଁ ତୋର ନାଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract