ଆସୁଛି ରଜ ମଉଜ
ଆସୁଛି ରଜ ମଉଜ
ଆସୁଛି ଆସୁଛି ରଜ ମଉଜ
ଝିଅମାନେ ଦେଖ ହେଲେଣି ସଜ ।
ନୂଆ ରକମରେ ସଜ ହୋଇବେ
ନୂଆ ନୂଆ ସେତ ଫୁଟି ବାସିବେ ।
ବରଗଛ ଡାଳେ ଦୋଳି ଟେ ବାନ୍ଧି
ମନକୁ ମନ ସେ ରାଗିଣୀ ଫନ୍ଦି ।
କଟ ମଟ ରଜ ଦୋଳି ରେ ଝୁଲି
ମଥାରେ ମୁକୁଟ ଗଲା ହୁଗୁଳି ।
ସାଙ୍ଗ ସାଥି ମେଳେ ଦୋଳିରେ ବସି
ରାଗ ରୁଷା ଭୁଲି ଖେଳିବେ ହସି ।
ଅଛି ସେଇ ରଜ ନାହାନ୍ତି ସାଥି
ଦୋଳି ଗୀତ ହେଲା ପୁରାଣ ପୋଥି ।
ମଉଜ ଚାଲିଛି ଟିଭି ମୋବାଇଲ ରେ
ସତେ କି ଫେରି ଆସିଲା ସେଦିନ ରଜରେ
ପାଦରେ ଅଳତା ହାତରେ ଚୁଡ଼ି
ରଙ୍ଗବେରଙ୍ଗ ର ଭଳିକି ଶାଢ଼ୀ ।
ମା ବସୁମତୀ ସ୍ନାନ କରିବ
ତିନିଦିନ ଧରି କାମ ନହେବ ।
ପାନ ଖାଇ ଦାଣ୍ଡେ ତାସ ଖେଳିବେ
ବାପା ଦାଦା ଭାଇ ରଜ କରିବେ
ପୋଡ଼ ପିଠା ଖାଇ ମଜା କରିବେ
ପିଠା ପଣା ଖାଇ ରଜ ପାଳିବ
େ ।
ଝିଅ ମାନେ ପରା ମା ବସୁମତୀ
ତାଙ୍କ ପାଦ ତଳେ ଲାଗିବନି ଟି
ସୁନା କୁଲେଇରେ ସଜ ସଜାଡି
ନିଜକୁ ସଜେଇ ଦୋଳିରେ ଚଢ଼ି ।
ଗଛ ଡାଳ କେତେ ଦେବ ହଲାଇ
ଭଉଣୀ ଆଖିରେ ସୁନ୍ଦର ଭାଇ ।
ହଜିଛି ଅତୀତ ନାହିଁ ସେ ଦୋଳି
ଭଉଣିତ ଆଉ କରୁନି କଳି ।
ଆସ ଆସ ମୋର ଭଉଣୀ ଭାଇ
ଅଫେରା ଅତୀତ ଆଣିବା ଫେରାଇ ।
ଆନନ୍ଦେ ପାଳିବା ରଜ ମଉଜ
ଗାଁ ଦାଣ୍ଡ ପୁଣି ହୋଇବ ସଜ ।
ବସୁଧା ମାତା ର ଏ ତିନି ଦିନ
ପ୍ରକୃତି ର ସତେ ଏ ବରଦାନ
ବସୁଧା ରୂପରେ କୁଆଁରୀ ଝିଅ
ହସି ଖେଳି ନାଚି ଆନନ୍ଦେ ଗାଅ ।
ଆମ ପରମ୍ପରା ଆମ ସଂସ୍କୃତି
ନ ହେଉ କେବେ ତ ତାହାର ଇତି ।
ସଭିଏଁ ପାଳିବା ରଜ ମଉଜ
ଧରଣୀ ରାଣୀ ଯେ ହେଲାଣି ସଜ ।
ଧରଣୀ ରାଣୀକୁ କଷ୍ଟ ନଦେବା
ଆସ ମିଳିମିଶି ରଜ ପାଳିବା ।