STORYMIRROR

LALIT MOHAN DASH

Classics

4  

LALIT MOHAN DASH

Classics

ସତ

ସତ

1 min
219

ସତ ମୁଁ କହୁଛି ପ୍ରଭୁ 

        ତୁମ ପାଦ ଛୁଇଁ

ତୁମ ବିନା ଏ ଜୀବନେ 

        ଆଉ କେହି ନାହିଁ

ତୁମେ ମୋର ଶେଷ ଆଶା  

         ସଵୁ ଜନ୍ମ ପାଇଁ

ସତ ମୁଁ କହୁଛି ପ୍ରଭୁ ....।୧


କୋଟି କୋଟି ଜନମର 

         ସମ୍ପର୍କ ମୋହର

କେମିତି ଭୁଲିଵ କୁହ 

         ଆହେ ଚକ୍ରଧର 

ନିର୍ଦ୍ଦୟ ନ ହୁଅ ପ୍ରଭୁ

         ଦିଗ ଦିଶୁନାହିଁ 

ସତ ମୁଁ କହୁଛି ପ୍ରଭୁ ...।୨


ଯେତେ ଦିନ ଅଛି ମୋର

        ଏ ଛାର ଜୀବନ

ସେତେ ଦିନ ଦେଖୁଥିବି 

          ତୁମରି ସପନ

ଭଜୁଥିବି ତୁମ ନାମ 

        ମୁଖେ ନିତି ମୁହିଁ 

ସତ ମୁଁ କହୁଛି ପ୍ରଭୁ....।୩


ଆଶା ମୋର ନାହିଁ କିଛି 

        ଜୀବନ ଭିତରେ 

ଆର୍ଶୀବାଦ ଦିଅ ଥରେ 

       ଏହି ଜନମରେ

ମୋ ନାମଟି ଯୋଡି ହେଉ 

      ତୁମ ନାମେ ଯାଇ

ସତ ମୁଁ କହୁଛି ପ୍ରଭୁ 

        ତୁମ ପାଦ ଛୁଇଁ...।୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics