Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
300



ଜାଣି କେ ପାରିବ ତୁମର ମହିମା

କହିବ କେବା ବିସ୍ତାରି

ଜୟ ଜଗନ୍ନାଥ ଅନାଦି ଅନନ୍ତ

ଦିନବନ୍ଧୁ ଦଇତାରୀ ।


ଚତୁର୍ମୁଖ ବ୍ରହ୍ମା ଦେବ ମହେଶ୍ବର 

ମହାଜ୍ଞାନୀ ଋଷିମୁନୀ

ବେଦଶାସ୍ତ୍ର କାବ୍ଯ ପୁରାଣ ଲେଖନୀ

ମାୟା ନ ପାରିଛି ବର୍ଣ୍ଣି ।


ଚାରୁ ଚିତ୍ରଶିଳ୍ପୀ କବି ଓ ଭାବୁକ

ମାନବ ମାତ୍ରକେ ଚିନ୍ତି

ଦଶବିଧ ରୂପେ କରନ୍ତି ଚିତ୍ରଣ

ନିବେଦନ୍ତି ଭକ୍ତିସ୍ତୁତି ।


ପ୍ରଳୟ ପୟୋଧି କାଳରେ ଜଳରେ

ମୀନ ରୂପ ପ୍ରଭୁ ଧରି

ବଧି ଶଙ୍ଖାସୁର ଉଦ୍ଧରିଲ ବେଦ

ଜଗତ ଥିଲ ନିସ୍ତରି ।


କର୍ମଠ ଗରିଷ୍ଠ ବିସ୍ତୀର୍ଣ୍ଣ ମୂରତି 

କଠିନ ଚକ୍ର ଆକାରେ

ପୃଷ୍ଠରେ ଧାରଣ କରିଲ କ୍ଷିତିକୁ

କଚ୍ଛପର ଅବତାରେ । 


ଧରିଛ ଶୂକର ନରସିଂହ ରୂପ

ଅଦ୍ଭୁତ ବାମନ ବେଶ

ଭୃଗୁପତି ରାମ ହଳଧର ବୁଦ୍ଧ

କଳ୍କୀ ହୋଇ କର ନାଶ ।


କଳୁଷ କାନନ କରଇ ଦହନ

ପ୍ରଭୁ ନାମ ସଙ୍କୀର୍ତ୍ତନ 

ଝରେ ପଦ୍ମପାଦୁ ରସ ସୁଧାମୃତ

ଧ୍ଯାୟେ ସୁଧୀ ଭକ୍ତଜନ ।

   


Rate this content
Log in

Similar oriya poem from Classics