Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagaban Otta

Classics

4.5  

Bhagaban Otta

Classics

ଆହେ ଚକା ଆଖି ମୁହିଁ ଦିନ ଦୁଃଖୀ

ଆହେ ଚକା ଆଖି ମୁହିଁ ଦିନ ଦୁଃଖୀ

1 min
399


ଆହେ ଚକା ଆଖି

ମୁହିଁ ଦିନ ଦୁଃଖୀ

ପୂଜୁଛି ତୁମ୍ଭ ପୟର

ପୂଜୁଛି ତୁମ୍ଭ ପୟର l


ପାପ ଭାଗ ମୋର

ବଢ଼ି ଗଲାଣି ହେ

ପାପ ଭାଗ ମୋର

ବଢ଼ି ଗଲାଣି ହେ

ତୁମେ ପ୍ରଭୁ ରକ୍ଷାକର

ତୁମେ ପ୍ରଭୁ ରକ୍ଷାକର ।


ଆହେ ଚକା ଆଖି

ମୁହିଁ ଦିନ ଦୁଃଖୀ

ପୂଜୁଛି ତୁମ୍ଭ ପୟର

ପୂଜୁଛି ତୁମ୍ଭ ପୟର ।


ଦୁଃଖ ଜଞ୍ଜାଳ ରେ

ବୁଡ଼ିଯାଇଛି ମୁଁ

ଉଦ୍ଧାର କର ଶ୍ରୀ ଧର

ଉଦ୍ଧାର କର ଶ୍ରୀ ଧର ।


ସବୁ ଦୁଃଖ ମୋର

ତୁମ୍ଭ ଙ୍କୁ ଦେଇଣ

ପୂଜୁଛି ତୁମ୍ଭ ପୟର

ପୂଜୁଛି ତୁମ୍ଭ ପୟର ।


ତୁମେ ଯଦି ସାହା

ନ ହୋଇବ ବନ୍ଧୁ

ତୁମେ ଯଦି ସାହା

ନ ହୋଇବ ବନ୍ଧୁ

କିଏ ବା ହେବ ମୋହର

କିଏ ବା ହେବ ମୋହର ।


ପିନ୍ଧିବାକୁ ନାହିଁ

କନା ଖଣ୍ଡେ ମୋର

ଦାନାଗଣ୍ଡେ କିଏ ଦେବ

ଦାନାଗଣ୍ଡେ କିଏ ଦେବ ।


ତୁମେ ହିଁ ଚାହିଁଲେ

ଖାଲି ପେଟ ମୋର

ନିମିଷକେ ଭରିଯିବ

ନିମିଷକେ ଭରିଯିବ ।


କ୍ଷମା ସାଗର ହେ

କ୍ଷମାକରି ଦିଅ

କ୍ଷମା ସାଗର ହେ

କ୍ଷମାକରି ଦିଅ

ଦୋଷା ଦୋଷ ଥିଲେ ମୋର

ଦୋଷା ଦୋଷ ଥିଲେ ମୋର ।


ଜଗତ ଯାକର

ସୁଖ ଦୁଃଖ ବୁଝ

ମୋକଥା ଟିକେ ବିଚାର

ମୋକଥା ଟିକେ ବିଚାର ।


ଧନ ସମ୍ପତ୍ତି ମୁଁ

ମାଗୁନାହିଁ କିଛି

ପାସେ ସଦା ଥିବ ମୋର

ପାସେ ସଦା ଥିବ ମୋର ।


ଦୁଃଖ ସଂସାର ରୁ

ମୋତେ ପାରିକର

ଦୁଃଖ ସଂସାର ରୁ

ମୋତେ ପାରିକର

ଆହେ ପ୍ରଭୁ ଚକ୍ରଧର

ଆହେ ପ୍ରଭୁ ଚକ୍ରଧର ।


ଆହେ ଚକା ଆଖି

ମୁହିଁ ଦିନ ଦୁଃଖୀ

ପୂଜୁଛି ତୁମ୍ଭ ପୟର

ପୂଜୁଛି ତୁମ୍ଭ ପୟର ।



Rate this content
Log in

Similar oriya poem from Classics