Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

4  

Sarojini Mishra

Classics

ଜଗନ୍ନାଥ ତୁମେ

ଜଗନ୍ନାଥ ତୁମେ

1 min
292



ଜଗନ୍ନାଥ ତୁମେ ଜ୍ୟୋତିର୍ମୟ

ଜଗନ୍ମୟ ତୁମେ ଜୀବତତ୍ତ୍ଵ

ଜନ୍ମ ମୃତ୍ୟୁ ଚକ୍ର ଉର୍ଦ୍ଧ୍ୱରେ ତୁମେ ହେ

ତୁମର ନାହିଁ ଯେ ଆଦି ଅନ୍ତ ।


ଜଗନ୍ନାଥ ତୁମେ ସର୍ବବ୍ୟାପ୍ତ

ଅନନ୍ତ, ଅସୀମ ଯେ ଅବ୍ୟକ୍ତ

ସମସ୍ତ ଗଣଙ୍କ ପ୍ରତିନିଧି ତୁମେ

ନଭ ଭଳି ତୁମେ ଯେ ବିସ୍ତୃତ ।


ନାନା ରୂପେ ତୁମେ ପ୍ରକାଶିତ

ନାନା ତତ୍ତ୍ଵେ ତୁମେ ୠଦ୍ଧିମନ୍ତ

ନାନା ଦର୍ଶନକୁ ବାଣ୍ଟିଥାଅ ତୁମେ

ନବ ଦିଗନ୍ତର ସ୍ତୋତ୍ର ମନ୍ତ୍ର ।


 ଥରୁଟିଏ ତୁମ ଦରଶନେ 

ଜୀବ ବନ୍ଧନରୁ ମୁକ୍ତି ପାଏ

ସମୟ ଚକ୍ରରୁ ନିଲମ୍ବନ ପାଏ

ମୋହ ତ୍ୟାଗୀ ଟିଏ ହୋଇଯାଏ ।


ନେତ୍ରରେ ତୁମର ସୂର୍ଯ୍ୟ, ଚନ୍ଦ୍ର

ସମସ୍ତ ସତ୍ତାର ସନ୍ନିବେଶ

ବିଶ୍ଵ ବ୍ରହ୍ମାଣ୍ଡର ମହାନାୟକ ହେ

ଜଗତର ନାଥ ଜଗନ୍ନାଥ ।


Rate this content
Log in

Similar oriya poem from Classics