ପ୍ରେମଗୀତ
ପ୍ରେମଗୀତ
ପ୍ରେମ ମତେ ଶିଖାଇଛି
ଜୀବନ ଗୁଣନ
ପ୍ରେମ ମାନେ ମୁଁ ବୁଝିଛି
ଜୀବନ ହରଣ l
ପ୍ରେମ ଗଣିତରେ ଅଛି ଖାଲି
ମିଶାଣ ଫେଡ଼ାଣ
ପ୍ରେମ ମତେ ଦେଖେଇଛି
ପାହାନ୍ତି ଫଗୁଣ l
ପ୍ରେମ ମତେ କହେ କେତେ
ଶ୍ରାବଣର ପକାଇ ରାଣ
ପ୍ରେମ ମତେ ବତେଇଛି
ମଳୟର ସକାରଣ l
ପ୍ରେମ ଦେଇଛି କେତେ
ଭଲ ଉଡାହାରଣ
ପ୍ରେମ ଋତୁ ଅଷ୍ଟ ଋତୁ l
କବି କହେ ସଭିଙ୍କ ଗହଣ
ପ୍ରେମ କେବେ ଆଙ୍କିଦିଏ
ଚନ୍ଦ୍ରରେ ଗ୍ରହଣ l
ପ୍ରେମ ଅଛି ବୋଲି ଜଗା
ହାତେ ଜନମ ମରଣ
ପ୍ରେମ ବାଟ ଶିଉଳି ନୁହେଁ
କେବଳ ଜଣାଣ l
ପ୍ରେମ ପଥ ଖସଡ଼ା ନୁହେଁ
ନୂଆ ଆବରଣ
ପ୍ରେମ ଫୁଲ ମରେ ନାହିଁ
ଖାଲି ବାଟବରଣ l
