ଭଗବାନ କରନ୍ତୁ
ଭଗବାନ କରନ୍ତୁ
ଭଗବାନ କରନ୍ତୁ
ମୁଁ ଅନ୍ଧତ୍ବ ବରଣ କରେ
ଆଉ ଦେଖି ନ ପାରେ
ମିତା ମୋତେ ଚିହ୍ନାଇଥିବା ଇନ୍ଦ୍ରଧନୁ ସାତରଂଗ
ତାରକାଖଚତି ନଭ ମଣ୍ଡନର ବିଚିତ୍ର ବର୍ଣ୍ଣାଳୀ
ଅସ୍ତମିତ ସୂର୍ଯ୍ୟର ଗୋଧୂଳି ସନ୍ଧ୍ୟା
ରାତ୍ରିର ଆକାଶରେ ଚନ୍ଦ୍ରର ରଚିମ ଦ୍ୟୁତି
ଆଉ ଲେଖି ନ ପରେ ଫର୍ଦ୍ଦ ଫର୍ଦ୍ଦ କବିତା
ଅବୋଲକରା ସାଜିବ ମୋ ଗଣେଶ
ମୁଁ ଡାକୁଥବି-ଡାକି ଚାଲୁଥି
ଅବୋଲକରା ପ୍ରଶ୍ନର ଉତ୍ତର ଦେଇ ଚାଲୁଥିବି
ପୁଣି ଲିପିବଦ୍ଧ ହେବ ଫର୍ଦ୍ଦ ଫର୍ଦ୍ଦ କବିତା
ନିଜେ ନ ଦେଖି ଅନ୍ତରାତ୍ମାର ଚକ୍ଷୁରେ ଦେଖିବି
ସସାଗରାଧରା-ବିଚିତ୍ରବର୍ଣ୍ଣା ପ୍ରକୃତି
ଅନୁଭୂତିର ସରହଦ୍ ତଳୁ
ଗୋଟାଇ ଆଣିବି ସ୍ୟମକ ମଣି
ପୁଣି ଜୀବନ୍ୟାସ ପାଇବ ଭଗ୍ନ ଏକ କୋଣାର୍କ
ସାହିତ୍ୟରେ, ସମାଜରେ-ସର୍ବ ସାଧାରଣରେ
ଯାହାକୁ ନେଇ ଚାଲିବ ପୁଣି ଗବେଷଣା-ପରୀକ୍ଷା ନୀରିକ୍ଷା
ଅନୁଭୂତିର ଅଳନ୍ଧୁକୁ ସଂପ୍ରସାରିତ କରିବ କୋଣାର୍କର ଗାଥା ଓ କଥା ।।
