ପାନ୍ଥଶାଳା
ପାନ୍ଥଶାଳା
ନିତିଦେଖୁ ଥାଏ ନିତି ଭୁଲିଯାଏ
ପାନ୍ଥଶାଳା ନୀରବରେ
ନିତିଲେଖିଦିଏ ନିତି ଚିରିଦିଏ
ଅଜଣା ସେ ସଂପର୍କ ରେ।
ନିଜରବୋଲିତ କେହି ନାହିଁ ଜଣେ
ଅଦିନିଆ ଦେଖଣାରେ
ଅଚିହ୍ନା ବାଟୋଇ ଚିହ୍ନା ପାନ୍ଥଶାଳା
ଅଦିନ ମଲ୍ଲି ବାସରେ।
ଋତୁ ଆସେ ଯାଏ ଫୁଲଫୁଟିଯାଏ
ରଙ୍ଗବୋଳିହୁଏ କାନ୍ଥରେ
ଜାଣେନା କାହାର ପାଇଁ ଅଭିସାର
ମେଘ ସାଜିଥାଏ ମହ୍ଲାରେ।
ଆଖିକୁ ଆଖିରେ ମିଶେଇ ଚାହିଁଲେ
ଦରଦ ପଡେ ହୁଦରେ
ଭାବର ଲଟ
େଇ ହାତୁ ଅଣହାତ
ଛିଡିଯାଏ ଅଭାବରେ ।
ରାତ୍ରି ର ନିଦରେ ଅନେକ ସପନ
ଜହ୍ନଉଠା କଇଁ ଓଠରେ
ମୁକସାକ୍ଷୀ ଖାଲି ଫଗୁଣ ହାଟରେ
କଥାବଉଳର ଗପରେ।
ଜଳି ଲିଭିଯାଏ ଲିଭି ଦିଶୁଥାଏ
ଖୋଜିବାର ବାହାନାରେ
ନିତି ସଜବାଜ ହଜିବା ନାମରେ
ସଂଜବତୀ ସଳିତାରେ।
କିଏ ପ୍ରିୟ ଅବା କିଏ ପ୍ରିୟତମା
କିଏ ନିଜ ଅବା ପରରେ
ପଚାରିପାରେନା ପାନ୍ଥଶାଳା କେବେ
ନାହିଁରେ ଅଛି ଠିକଣା।