STORYMIRROR

Premalata Giri

Classics

3  

Premalata Giri

Classics

ପାନ୍ଥଶାଳା

ପାନ୍ଥଶାଳା

1 min
145


ନିତିଦେଖୁ ଥାଏ ନିତି ଭୁଲିଯାଏ 

 ପାନ୍ଥଶାଳା ନୀରବରେ

ନିତିଲେଖିଦିଏ ନିତି ଚିରିଦିଏ

 ଅଜଣା ସେ ସଂପର୍କ ରେ। 

ନିଜରବୋଲିତ କେହି ନାହିଁ ଜଣେ

 ଅଦିନିଆ ଦେଖଣାରେ

 ଅଚିହ୍ନା ବାଟୋଇ ଚିହ୍ନା ପାନ୍ଥଶାଳା

  ଅଦିନ ମଲ୍ଲି ବାସରେ। 

ଋତୁ ଆସେ ଯାଏ ଫୁଲଫୁଟିଯାଏ

  ରଙ୍ଗବୋଳିହୁଏ କାନ୍ଥରେ

ଜାଣେନା କାହାର ପାଇଁ ଅଭିସାର

  ମେଘ ସାଜିଥାଏ ମହ୍ଲାରେ। 

 ଆଖିକୁ ଆଖିରେ ମିଶେଇ ଚାହିଁଲେ

 ଦରଦ ପଡେ ହୁଦରେ

ଭାବର ଲଟେଇ ହାତୁ ଅଣହାତ

   ଛିଡିଯାଏ ଅଭାବରେ । 

ରାତ୍ରି ର ନିଦରେ ଅନେକ ସପନ

   ଜହ୍ନଉଠା କଇଁ ଓଠରେ

ମୁକସାକ୍ଷୀ ଖାଲି ଫଗୁଣ ହାଟରେ

   କଥାବଉଳର ଗପରେ। 

ଜଳି ଲିଭିଯାଏ ଲିଭି ଦିଶୁଥାଏ

  ଖୋଜିବାର ବାହାନାରେ

ନିତି ସଜବାଜ ହଜିବା ନାମରେ

  ସଂଜବତୀ ସଳିତାରେ। 

କିଏ ପ୍ରିୟ ଅବା କିଏ ପ୍ରିୟତମା

  କିଏ ନିଜ ଅବା ପରରେ

ପଚାରିପାରେନା ପାନ୍ଥଶାଳା କେବେ

   ନାହିଁରେ ଅଛି ଠିକଣା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics