ସମୟ
ସମୟ
ସମୟ ଟିକେ ଧୀରେ ଧୀରେ ଯାଆ
ଧାଇଁ ପାରୁନି ତୋ ସାଥେ ଯମା
ତୋର ଗତି ଟା ପ୍ରବଳ ପ୍ରଖର
ଥକ୍କି ଯାଉଛି ପାଦଟି ମୋର
ଜୀବନ ଗତି ତ ଦୁଇଟି ଦିଗ
ସୁଖ ଦୁଃଖ ତ ଦୁଇଟି ପକ୍ଷ
ଜୀବନ ନଇ ଅଟେ ଟଳମଳ
ପାପ ପୁଣ୍ୟର ହିସାବ ଖେଳ
କର୍ମ ତ ଯେପରି ସେପରି ଫଳ
ଯାଅନି ଭୁଲି କରି ସଂସାର
ସମୟ ଭିତରେ ଆମେ ଧାଉଁଛେ
ଜୀବନ ଚିତ୍ର ନିଜେ ଆଙ୍କୁଛେ
ଜୀବନକୁ ନେଇ ବହୁ ଦର୍ଶନ
ବିଷାଦ ଘାରୁଛି ମୋର ମନ
ସମୟ ଦେଖାଏ ବିଚିତ୍ର ଖେଳ
ନିଜ ହୋଇଯାଏ ପୁଣି ପର
ସମୟ ଖେଳରେ ହାରି ଯାଅନି
ଉଦାସ ମନେ ବସି ଯାଅନି
ଜୀବନ ରାସ୍ତାରେ ଆଗକୁ ଚାଲ
ଭଲ କର୍ମରେ ଭରଷା ରଖ।