STORYMIRROR

Basanti Pattnaik

Classics Inspirational

3  

Basanti Pattnaik

Classics Inspirational

ସମୟ

ସମୟ

1 min
133

 ସମୟ ଟିକେ ଧୀରେ ଧୀରେ ଯାଆ

   ଧାଇଁ ପାରୁନି ତୋ ସାଥେ ଯମା

  ତୋର ଗତି ଟା ପ୍ରବଳ ପ୍ରଖର 

    ଥକ୍କି ଯାଉଛି ପାଦଟି ମୋର

 ଜୀବନ ଗତି ତ ଦୁଇଟି ଦିଗ

    ସୁଖ ଦୁଃଖ ତ ଦୁଇଟି ପକ୍ଷ

 ଜୀବନ ନ‌ଇ ଅଟେ ଟଳମଳ

     ପାପ ପୁଣ୍ୟର ହିସାବ ଖେଳ

 କର୍ମ ତ ଯେପରି ସେପରି ଫଳ

     ଯାଅନି ଭୁଲି କରି ସଂସାର

ସମୟ ଭିତରେ ଆମେ ଧାଉଁଛେ

     ଜୀବନ ଚିତ୍ର ନିଜେ ଆଙ୍କୁଛେ

 ଜୀବନକୁ ନେଇ ବହୁ ଦର୍ଶନ 

      ବିଷାଦ ଘାରୁଛି ମୋର ମନ

 ସମୟ ଦେଖାଏ ବିଚିତ୍ର ଖେଳ

     ନିଜ ହୋଇଯାଏ ପୁଣି ପର

 ସମୟ ଖେଳରେ ହାରି ଯାଅନି

      ଉଦାସ ମନେ ବସି ଯାଅନି

  ଜୀବନ ରାସ୍ତାରେ ଆଗକୁ ଚାଲ

      ଭଲ କର୍ମରେ ଭରଷା ରଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics