STORYMIRROR

Manas Ranjan Nayak

Classics Inspirational

3  

Manas Ranjan Nayak

Classics Inspirational

ଆସ୍ଥା ଏବେ ଅନାସ୍ଥାର ପ୍ରଶ୍ନବାଚୀ

ଆସ୍ଥା ଏବେ ଅନାସ୍ଥାର ପ୍ରଶ୍ନବାଚୀ

1 min
124

ବିବର୍ତ୍ତନବାଦରେ ଅଟଳ ବନ୍ଧୁତ୍ବର ଅମୂଲ୍ଯ ଆୟୁଧ

ମାତୃତ୍ୱ ସମ ଅଜର ଅମର,ବନ୍ଧୁତ୍ବର ଆତ୍ମୀୟ ଡୋର

ବିକାଶର ପହପହ ପଛେ କଳୁଷିତ ଚେତନା ତିମିର

ସ୍ବାର୍ଥ ପ୍ରବଞ୍ଚନା ମଥାନରେ ଉଡେ ଏବେ ବିଜୟ କେତନ । 


ଯୁଗର ପତନ ସହ ନିଶ୍ଚିହ୍ନ ଆଜି ଦେବତା କି ଦାନବ 

ମାନବ ଚେତନାରେ ନିବାସ, ସେମାନଙ୍କ ପ୍ରତିଟି ପ୍ରତ୍ଯୟ

ବସ୍ତୁବାଦ ପ୍ରାଚୁର୍ଯ୍ୟ ହିଁ କ୍ଷୀଣ ଏକ ସ୍ଥୂଳ ଉପଲବ୍ଧି ମାତ୍ର

ସ୍ରୋତର ଅନ୍ୟଧାରେ ଧ୍ଯୟ, ଜୀବନୋନ୍ମୟ ସୂକ୍ଷ୍ମ ଅନୁଭୂତି। 


ଦିବ୍ଯଦର୍ଶନ ଅନୁସରଣାର୍ଥେ ସମସ୍ତ ଧର୍ମ ଅନୁଷ୍ଠାନ

ଅଜ୍ଞତାର ଅପଭ୍ରଂଶେ ଉତ୍ପନ୍ନ ତହିଁରୁ ଜାତି ସଂପ୍ରଦାୟ

ବ୍ଯକ୍ତିଗତ ସ୍ବାର୍ଥାନ୍ଧ ପ୍ରଗତି ନୁହଁ ସଭ୍ୟତାର ଅଭିବୃଦ୍ଧି

ସମୂହ ମାନବତାର ନୈତିକ ଉତ୍ଥାନ ହିଁ ସୂକ୍ଷ୍ମ ଉତ୍ତରଣ। 


ଅବିଛିନ୍ନ କ୍ରମବିକାଶର ମାନବୀୟ ଜାଗତିକ ଧାରା 

ମାଙ୍କଡ଼ରୁ ମଣିଷ ପରେ ଅତିମାନବକୁ ଉନ୍ମୁଖ ହେବା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics