STORYMIRROR

Prangya PARImita Mishra

Romance Classics Fantasy

4  

Prangya PARImita Mishra

Romance Classics Fantasy

ଅର୍ଦ୍ଧଚନ୍ଦ୍ର🌛✨

ଅର୍ଦ୍ଧଚନ୍ଦ୍ର🌛✨

1 min
291

ଆକାରେ ଆଜି ସେ ଦିଶେ ଅଧା

ସତେ ଯେପରି ଆକାଶେ ପଡିଛି ବନ୍ଧା


ଅପଲକେ ଚାହିଁ ଥିଲି ତାକୁ ଆଜି ମୁହିଁ

ପଚାରେ ଦେଖି ମୋତେ ନୟନେ ଅଶ୍ରୁ କାହିଁ ?? 

ଉତ୍ତରରେ କୁହେ ପୁଣି ତା ଆଡକୁ ଚାହିଁ


ପୂର୍ଣ୍ଣିମାରେ ଯେବେ ଦିଶ ତୁମେ ସମ୍ପୂର୍ଣ୍ଣ

ଆଲୋକିତ କର ସାରା ମାନବ ଜୀବନ,

ମୋହି ନିଅ ସୌନ୍ଦର୍ଯ୍ୟରେ ନୟନ ଓ ମନ

ମାତ୍ର ଅର୍ଦ୍ଧଚନ୍ଦ୍ର ରୂପେ ଆଣ ଅନ୍ଧକାର,

କେହି କାହିଁ ଦେଖେ ନାହିଁ ସେଦିନ ବାର ବାର


ଉତ୍ତରରେ ପ୍ରଶ୍ନ ଶୁଣି ହସି କୁହେ ମୋତେ, 

ଏମିତି ତ କେହି କେବେ ପଚାରିନି ସତେ !!! 

ପୁଣି କୁହେ....

ପୂର୍ଣ୍ଣ ଏକ ଦିନ ପରା ଥାଏ ଆନନ୍ଦର, 

ବାକି ଦିନ ମାନ ସଦା ଦୁଃଖ ପାରାବାର.. 

ସୁଖ ଆସେ ଥରେ ମାତ୍ର ଦୁଃଖ ତ ନିଜର, 

ପଚାରେ କି ଦୁଃଖ କେବେ ସମୟ କାହାର ?? 


ପୂର୍ଣ୍ଣ ରୂପ ମୋର ଅଟେ ଦିନ ଆନନ୍ଦର

ଦୁଃଖ ପୁଣି ବାନ୍ଧି ନେଇ କରେ ଅର୍ଦ୍ଧଚନ୍ଦ୍ର

କରେ ଅର୍ଦ୍ଧଚନ୍ଦ୍ର🌙...... 

 

             ପ୍ରଜ୍ଞା ପରିମିତା ମିଶ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance