STORYMIRROR

Bhagaban Otta

Classics

3  

Bhagaban Otta

Classics

ଋତୁରାଜ ବସନ୍ତ

ଋତୁରାଜ ବସନ୍ତ

1 min
152

ଶୀତ ଋତୁ ଏବେ  ସରି ସରି ଗଲା

ବସନ୍ତ ହେଲା ଆଗତ,

ଦକ୍ଷିଣ ଦିଗରୁ  ମଳୟ ସମୀର

ମନ୍ଦ ମନ୍ଦ ପ୍ରବାହିତ.... ll01ll


ଆମ୍ର ଉପବନେ  ପୁଲକିତ କରେ

ଆମ୍ବ ବଉଳ ର ବାସ,

ନାନା ରଙ୍ଗ ପୁଷ୍ପ ଧରାରେ ଫୁଟିଛି

ଚତୁର୍ଦିଗ ସୁବାସିତ.... ll02ll


କୁହୁ କୁହୁ ତାନେ ଆମ୍ବ ଗଛ ଡାଳେ

କୋଇଲି ଗାଉଛି ଗୀତ,

ହସି ହସି ପୁଣି  ବିଦାୟ ନେଉଛି

ଧରାରୁ ଯାଉଛି ଶୀତ.... ll03ll


ମନ୍ଦ ମନ୍ଦ ବହେ  ମଳୟ ପବନ

ବସନ୍ତର ଆଗମନ,

ପଲ୍ଲବୀ ଉଠଇ  ତରୁ ଲତା ଗଣ

ଦିଶେ ବଡ ଶୋଭାବନ.... ll04ll


ଚଳ ଚଞ୍ଚଳ ପ୍ରକୃତି ବୃକ୍ଷଲତା

ପରିବେଶ ଅପରୂପ,

ମୃଦୁ ମଳୟ ର  କାଉଁରୀ ସ୍ପର୍ଶ ରେ

ତନୁ ମନ ଉଲ୍ଲସିତ.... ll05ll


ତୁମେ ଆସିଗଲେ  ଆମ୍ବ ବକୂଳରେ

ଧରେ ଟିକିଚଣା କେତେ,

ଅଶୋକ, ପଳାଶ,  କୃଷ୍ଣ ଚୂଡ଼ା ବୃକ୍ଷେ

ପୁଷ୍ପ ଭରିଯାଏ ସତେ.... ll06ll


ମଳୟ ଛୁଆଁରେ  ବୃକ୍ଷ ଲତା ସବୁ

ଫୁଲର ଗହଣା ନାଇ,

ସୁବାସ ତାହାର  ବିତରି ଦିଅଇ

ଜଗତ ଜନଙ୍କ ପାଇଁ.... ll07ll


ଋତୁ ରାଜ ଶୋଭା  ଦେଖିଣ ସମସ୍ତ

ଜନ ହୋଇବେ ଉଷତ,

ଗ୍ରାମେ ଗ୍ରାମେ ଲୋକେ  ପାଳନ କରିବେ

ଦୋଳ ଗୋବିନ୍ଦ ଙ୍କ ଯାତ.... ll08ll


ବସନ୍ତେ ପାଳିତ  ଅଗିରା ପୁନେଇଁ

ଅଗ୍ନି ଙ୍କ ହୋଇବ ପୂଜା,

ଶିବ ରାତ୍ରି ଦିନ  ଜାଗର ଜଳିବ

ମହାଦେବ ହେବେ ପୂଜା.... ll09ll


Rate this content
Log in

Similar oriya poem from Classics