Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Harekrishna Meher

Classics

4  

Harekrishna Meher

Classics

ନୋଟ୍ ସଁକଲା ଭୋଟ୍

ନୋଟ୍ ସଁକଲା ଭୋଟ୍

1 min
1.0K


ଭୋଟ୍ ଆଏଲେ ନୋଟ୍ ସଁକଲି ଧାଏଁସନ୍ ସବୁ ନେତା

ପୁଟି ପୁଟି ଭାସନ୍ ମାରସନ୍,ନିର୍ଲଜିଆ ସବୁ କଥା ।


ପୁର୍ଥି କେ ଆମେ ଉଲଟେଇ ଦେମୁଁ,କର୍ମୁ ସବୁ ବ୍ୟବସ୍ଥା

ଗରିବ କେ ଛାତ୍,ମିଲ୍'ବା ଭାତ୍,ଆର୍ ବୁଢ଼ାବୁଢ଼ୀ କେ ଭତା ।


ନେତା କୁର୍'ଚି ପାଏମୁ ବଲି ଗୁଡ଼େ ହାତେ ଦେସ ପରି

ନାଟକ୍ କର୍'ବାର୍ ଥି ତମର୍ ଲେଖେଁ କିଏ ହେବା ହୋ ସରି ।


ଲାଜ୍ ସରମ୍ ସବୁ ବିକି କରି ତମେ କେତେ କିରିଆ ଖାଏସ

ମାଟି ମାଆର୍ ସୁଯୋଗ୍ୟ ଦାୟାଦ୍ ବଲି ନିଜ୍'କେ କହି ହେସ ।


ରୋଡ୍ ଘାଟ୍ ସବୁ ଚିକନ୍ ହେବା,ସବ୍ କେ ମିଲ୍'ବା କାମ୍

ଗରିବ୍ ଦୁଖୀ କିହେ ନେଇ ରହନ୍,ଦେସେ ହେବା ଆମର ନାମ୍।


ଏନ୍ତା ସବୁ ଭାସନ୍ ମାରି ଜନ୍'ତା କେ ଦେସ ଲୁଭେଇ

ରଦି କାଗଜର୍ ଭା ନେ ତମେ ମୁନୁସ୍ ଘେନ୍'ସ ଭେଇ ।


ଭୋଟ୍ ସର୍'ଲେ ଗାଦି ପାଏଲେ ପାସରି ଯାଏସ ସବୁ 

ନୋଟ୍ ସଁକ୍'ଲା ମନ୍ ଟା ତମର ସେଥି ହେସି ଉବୁ ଟୁବୁ ।


ଜନ୍'ତା ଜନାର୍ଦନର ଭୋଟ୍ ର ବଲେ ପାଏଲ ଯଦି ରାଜଭୋଗ୍

ମାଟି ମାଆର୍ ବଢତି ଦିଗେ କର ତାକେ ଉପଯୋଗ୍ ।


ମୁନୁସ୍ ହେଇ କରି ଅନ୍'ମୁନସିଆ କାମ୍ ନେଇ କର ହୋ ତମେ

କାମ୍ କରିଯାହା ନାମ୍ କରିଯାହା ଧରମର ନାମେ ।


ଭୋଟର୍ ଭାଇ ବହେନ୍ ନିଘା କର୍'ବ ନେଇଯିବ କଥାନେ ଲୁଭେଇ

ପାଁଚ୍ ବଛର୍ ଲାଗି ବିକିହେଇକରି ନେଇ ହେବ ପଛେ ପସ୍ତେଇ।


ଭୋଟ୍ ଦେବାର୍ ଆମର ଅଧିକାର ଆଏ,ବଡଭାରି ଅସ୍ତ୍ର ଆଏ ସତେ,

ଭଲ ଲୋକ୍ ଗୁଟେ ବାଛିଥିଲେ ସିନା,ଆମର୍ ସାସନ୍ ଆମର୍ ହାତେ

ଆମର୍ ସାସନ୍ ଆମର୍ ହାତେ ।


Rate this content
Log in

Similar oriya poem from Classics