STORYMIRROR

SIBENDU SARASWATA PANDA

Classics

4  

SIBENDU SARASWATA PANDA

Classics

ରଖ ହେ ଜଗତନାଥ

ରଖ ହେ ଜଗତନାଥ

1 min
1.0K

ହେ କଳା ଠାକୁର ଦୟାର ସାଗର

କୃପା ତିଳେ ତୁମ୍ଭ ହେଉ,

ସଂଜ ସକାଳରେ ତୁମ ନାମ ଗାଇ

ଜୀବନ ମୋ ଚାଲିଯାଉ।


ମାଗୁନାହିଁ କିଛି ଧନ କି ସମ୍ପତ୍ତି

ସ୍ଥାନ ଦିଅ ଶ୍ରୀପୟରେ,

ଜନମିଛି ଏକା ଯିବି ଏକା ଏକା

ସାଥେ ଥାଅ ମଲାବେଳେ।


ଭରଷା ରଖିଛି ଚରଣରେ ତୁମ୍ଭ

ନିଶ୍ଚେ ହେବ ତୁମ୍ଭେ ସାହା,

ଏ ମାୟା ସଂସାରୁ ଅସ୍ତାଚଳ ଗଲେ

ଦେଖାଇବ ମୋତେ ରାହା।


ମାତାପିତା ମୋତେ ଆଣିଲେ ସଂସାର

ପାଳିଲେ କରି ଯତନ,

ବନ୍ଧୁ ବାନ୍ଧବ ମୋ ସାଥିରେ ରହିଣ

ସମ୍ପୂର୍ଣ କଲେ ଜୀବନ।


ଏବେ ମୁଁ ବୁଝୁଛି ସବୁ ଅଟେ ମିଛ

ତୁମେ ଏକା ସାହା ମୋର,

ସଂସାର ଜଞ୍ଜାଳେ ଶୁଷ୍କ ତୃଣ ମୁହିଁ

ରଖ ହେ ପରମେଶ୍ବର।


ଟେକି ଦୁଇ ହାତ ଡାକେ ଜଗନ୍ନାଥ

ଶରଣ ଗଲି ତୁମ୍ଭରି,

ଅଗତିର ଗତି ହେ ଜଗତପତି

ସଂସାରୁ କରିବ ପାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics