STORYMIRROR

Chittaranjan Nanda

Abstract Classics Inspirational

4  

Chittaranjan Nanda

Abstract Classics Inspirational

ଲୁଚାଇ ପାରିବୁନି ନିଜ ପାପକୁ

ଲୁଚାଇ ପାରିବୁନି ନିଜ ପାପକୁ

1 min
348


ସେ ତ ଅଟେ ନିରାକର, ନାହିଁ 

ତାହାର ଆକାର,

ଅନୁଭବ ଖାଲି ହୁଏ ହୃଦୟ କନ୍ଦର, 

ସେ ଶକତିର ।


ସର୍ବ ବିଦ୍ୟମାନ ସିଏ, ଅଛନ୍ତି ପରା 

ସବୁରି ଘଟର

ରେ ମୁରୁଖ, ଖୋଜିଲେ ପାଇବୁକି 

ମନ୍ଦିର ଭିତର  ।


ସେ ନିରାକର, ଧରମ ନାମେ କିଆଁ 

ଅହମିକା ଭର

ପାଇବନି ତାଂକୁ କେବେ ଦେଖାଇ 

ଲୋଭ ତୋ ଅର୍ଥର ।


ସ୍ୱାର୍ଥ, ଈର୍ଷା, ହିଂସା ଓ ଅସୂୟା 

ଭାବକୁ ମନେ ଧର

ଭାବୁଛୁ ଲୁଚାଇବୁ ନିଜ ପାପକୁ 

ତୋ ଅନ୍ତର ଭିତର ।


ରେ ବୋକା ମନ, ନାହିଁ ବୁଝି 

ପାରୁ, ପାପ ସବୁ କରୁ

ଜଣା ପଡିବ ଦିନେ କିପରି 

ବଂଚିବୁ ପାପର ଭାଗରୁ ।


ବାନ୍ଧି ମନେ କାମନା ଜୀବନ 

ବିତାଉ ଅଜ୍ଞାନରେ  

ଲାଞ୍ଚ ଦେଲେ, ନାହିଁ ତୋ ମୁକତି 

ଅନ୍ତିମ କାଳରେ ।


Rate this content
Log in

Similar oriya poem from Abstract