ହୃଦୟର ଅଲେଖା କାଗଜେ
ହୃଦୟର ଅଲେଖା କାଗଜେ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଓଠରୁ ତାହାର ମହୁଲି ଝରେ,
ମଧୁ ଭରି ଥାଏ ହସରେ
ଗୁରୁଜନଙ୍କୁ ଯଥା ମାନ୍ୟ, ଲଘୁ
ଜନଂକୁ ବାନ୍ଧେ ସ୍ନେହରେ ।
କଟୁ କଥା ତ କହେନା କେବେ,
ଭାରୀ ସହନଶୀଳ ଗୁଣରେ
ସ୍ନେହ ସୁନ୍ଦର ଗୁଣେ ଲାଜ ଲାଜ
ଭାବ ଭର୍ତ୍ତି ଥାଏ ସରମରେ ।
ଦେଖା ହେଲା ଦିନେ ତୋର ସଂଗେ
ତମରି ଗାଁର ଶିବ ମନ୍ଦିରରେ,
ଆଖି ମିଶି ଗଲା ଆଖିର ଧାପରେ
ମୋ ହୃଦୟ ଜିତିଲ ନିମିଷକରେ ।
ଝରିଗଲା ମୋ ମନରେ ଅନେକ
ଆଶାର କେତେ ଝରଣା
ତୁମେ ହେଲ ମୋର ଭାବନାର ସ୍ବପ୍ନ
ଫୁଲ ଫୁଟିଲୁ ମନ ବଗିଚାରେ ।
ଆପଣାର ଭାବିଲି, ଗୋଟାପଣେ
ନିଜକୁ ତ ସମର୍ପି ଦେଲି,
ଘାସ ପତରରୁ ଶିଶିର ଟୋପାକୁ,
ମୁକ୍ତା ଭାବି ସାଉଁଟି ନେଲି ।
ମନ ଖୋଜେ ରାତିଦିନ, ଦେଲି ମୁଁ
ସଜେଇ ଏଇ ହୃଦୟରେ
ଏଇ ବୋଧେ ପ୍ରେମର, ପ୍ରତିଛବିଟିଏ
ମୋ ଆଖିର ଆଇନାରେ ।
ମେଳି ହେଇ ଆସେତ ଦୁଃଖ, କୋହ
ଭରେ ଠୁଳ ଠୁଳ ହୋଇ
ମନ ମୋର ତୋତେ ଦେଇଛି, ରହିଥିବୁ
ସାଥିରେ, ଜନମ ଜନମ ପାଇଁ ।