STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଦୋଳେତୁ ଦୋଳଗୋବିନ୍ଦ

ଦୋଳେତୁ ଦୋଳଗୋବିନ୍ଦ

1 min
936

( ରାଗ-କୌଶିକ )


ଫଗୁ ରଙ୍ଗ ଧରି ଆସେ ଫାଲଗୁନ ଅପରୂପ ରୂପେ ସୁନ୍ଦର

କୃଷ୍ଣ ଚୂଡା ଡାଳେ ବୋଳା ଅବିର ରେ ତୋରଣ ସୁନାରୀ ଫୁଲ ର

                ଚିତ୍ର ପ୍ରକାର

            ହସ ହସ ମୁଖେ ପ୍ରକୃତି

ପଳାଶ ଫୁଲ ର ରଙ୍ଗ ଓଠ ଧାରେ ପୁରୁଷ ମନକୁ ମୋହୁଛି ।।

 

ପ୍ରକୃତି ପୁରୁଷ ମିଳନେ ଚଇତ୍ର ଆସିବ ଆସିବ ହେଲାଣି

ଚନ୍ଦନ ବନରୁ ଲହରେ ମଳୟ ସରସୀ ରେ ହସେ ପଦ୍ମିନୀ

                 ମନ ମହିନୀ

             ଫୁଲେଇ ଫଗୁଣେ ମଦନ

ଫୁଲଶର ଯୋଖି କରେ ଆନମନା ରୋମାଞ୍ଚେ ଭ୍ରମର ଗୁଞ୍ଜନ ।।

 

ଫୁଲେ ଫୁଲେ ଚିତ୍ର ଡେଣା ଝାଡି ଝାଡି ଫୁଲୁ ଫୁଲରେଣୁ ଉଡାଇ

ଉଡି ପ୍ରଜାପତି ଫୁଲ ସଙ୍ଗେ ପ୍ରୀତି ସମାରୋହେ ଦୋଳ ପୁନେଇଁ

              ଦୋଳେ ମାଧୋଇ

            ଗୋପପୁର ଚନ୍ଦ୍ର କହ୍ନାଇ

ବସନ୍ତ ରାଶର ଉତ୍ସବ ପର୍ବର ରଙ୍ଗରେ ହୋଇଣ ରଙ୍ଗେଇ ।।

 

ଚାରୁ ଚନ୍ଦ୍ରା ତପ ଆଚ୍ଛାଦିତ ଦୋଳେ ପୁଷ୍ପ ଆଭୁଷଣେ ଗୋବିନ୍ଦ

ରାଧା ରାଣୀ ସଙ୍ଗେ ବିଜୟ କଲେଣି ଗୀତ ଗାଏ ପରଭୃତ

              ମନ ଉସତ

         ଫଗୁ ଖେଳେ ହୋଇ ପ୍ରମତ୍ତ

ନୃତ୍ୟ ଗୀତ ରଙ୍ଗେ ବିବିଧ ବାଜଣା ଦେଖ ଦୋଳେ ଦୋଳ ଗୋବିନ୍ଦ ।।

 

ବିନୟେ ଭକ୍ତି ରେ‌  ଦର୍ଶନ କରିବୁ ଦୋଳରେ ଦୋଳଗୋବିନ୍ଦ

ଯେତେ ପାଯ ତୋର ଧୌତ‌ ହୋଇଯିବ ଲଭିବୁ ପରମ ପଦ

              ଶାନ୍ତି ସଉଧ

          ରଚିବୁ ଧରାରେ ଜୀବନ

ଧନ୍ୟ ହୋଇଯିବ କାଳକାଳକୁ ରେ ହୋଇଯିବୁ ମ଼ହୀୟାନ ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics