ମୁହୁର୍ତ୍ତ ଗୁଡ଼ିକ
ମୁହୁର୍ତ୍ତ ଗୁଡ଼ିକ
ଆଉ ଫେରିବନି ଅତୀତ
ବୟସ ରଙ୍ଗ ଉତ୍ସାହ ଉଲ୍ଲାସ ଅବା ପ୍ରଫୁଲ୍ଲିତ କ୍ଷଣ
ମନଖୋଲା କଥାବାର୍ତ୍ତାର ପ୍ରାଙ୍ଗଣ
ଲୁହକୁ ଅନ୍ତ କୋଠରୀରେ ଦେବା ରଖି
ଆସ ପୁନର୍ବାର ହସକୁ ସାଉଁଟିବା ।
ଅହଂର ଭାବ ତୁମକୁ ଦୂରେଇ ଦେବ
ସମାଜରୁ ପରିବେଶରୁ ଆପଣାଙ୍କ ଠାରୁ
ଆସ ସ୍ପଷ୍ଟ ହେବା ସାଙ୍ଗସାଥୀ ଗହଣେ
ବାଣ୍ଟିବା ସୁଖଦୁଃଖ ଇତ୍ୟାଦି
ଆସ ସଭିଏଁ ମୁହୁର୍ତ୍ତଗୁଡ଼ିକ ଟିକେ ବଞ୍ଚିଯିବା ।
ତ୍ୟାଗୀଦେଇ ଆସ ସମୂହକୁ
ଅର୍ଥର ଲୋଭ, ଅର୍ଥର ବଡ଼ିମା ଓ ବଡ଼ଲୋକି
ଭୁଲିଦେଇ ଆସ ବ୍ୟକ୍ତିଗତ ଭାବ
ପରିସ୍ଫୁଟ ହେଉ ସମାବେଶେ ଆପଣାପଣ ସ୍ୱଭାବ
ଆସ ସ୍ୱର୍ଣ୍ଣିମ କାଳକୁ ଜିଇଁଯିବା ।
ମନକୋଠରୀର କେଉଁ ଏକ କୋଣେ
ରଖି ଆସ ତୁମ ଈର୍ଷା, ହିଂସା ଅବା ଦୁର୍ଗୁଣ କୁଅଭ୍ୟାସ
ଏଠି ସମଭାବନାର ସଂବାଦ ହେଉ
ଟିକେ ହସିବାର ଉତ୍ସ ଖୋଜିବା
ସକରାତ୍ମକତାର ଭାବରେ ସୁବାସିତ ହୋଇ
ମନରେ ଛବିରେ ସୁମୁହୁର୍ତ୍ତ ଗୁଡ଼ିକ ସାଇତି ରଖିବା ।