STORYMIRROR

Arjun Barik

Abstract Classics Inspirational

4  

Arjun Barik

Abstract Classics Inspirational

ଅବ୍ୟକ୍ତ ମୀମାଂସା

ଅବ୍ୟକ୍ତ ମୀମାଂସା

1 min
299


ହେ ଈଶ୍ଵର ତୁମେ କେଡେ ନିର୍ମମ

      ଏ ଝାଟି ମାଟି ଜୀବନର,

ବିଷାଦ, ବିଦ୍ୱେଷ ପଂକିଳତାରେ

     ଅଛି ଖାଲି ଭର ପୂର।

ଦୁର୍ବାସା ବୁକେ ଦେଇଥିଲା ତୁମେ

     କେତେ ଦୁର୍ବାର ତେଜ ରାଶି,

ବିଶ୍ଵାମିତ୍ରର ଭୂଗୋଳ ଚିତ୍ର

      ତୁମେ ଆଙ୍କିଥିଲ ବସି।


ତୁମେହିଁତ ନୁର୍ତ୍ୟ ନର୍ତ୍ତକୀ ସାଜି

     ରମ୍ଭା ,ଉର୍ବଶୀ ହେଲ,

ସତ ସାଧନାର ଆଘାତ ,ବ୍ୟାଘାତ

     ଦୁର୍ବାର ରୂପ ନେଲ ।

ତୁମେହିଁତ ଖାଅ ରାଜପ୍ରସାଦର

    ରାଜ ଭୋଗ ଭରପୂର

ଭଙ୍ଗା କୁଟୀରେ ତୁମ ଅଣଦେଖା

    କାହିଁ ପାଇଁ ଏହା କର।


ତୁମେହିଁତ ଆଜି କ୍ଷମତାର ଅନ୍ଧ

    ମଦ ମତ୍ତ ଜୀବନର,

ସତ୍ୟର ଭୂଗୋଳ ତୁମ ପ୍ରବଂଚନା

    ଅନ୍ତରେ କପଟ ଘୋର।

ଲେଖିଲା ବେଳକୁ ଲେଖିଦେଲ ଗୀତା

   କଲା ବେଳେ ଆନ କର,

(କହିବା ଭିତରେ)-

ଅମୃତ ପସରା ନିଗାଡ଼ି

     ହୁଅ ସଦା ଧନୀଙ୍କର।

(ମୁଁ ଯେ)-

ଅମୃତ ସନ୍ତାନ ଅମୃତ ଜୀବନ

    କାହିଁ ପାଇଁ ପଥହରା

ପିତା ସମ୍ପତ୍ତିର ହକ୍ଦାର ମୁହିଁ

   ଉତ୍ତର ଦାୟାଦ ପରା।

ଆହେ ପଞ୍ଚଭୂତ ତୁମେ ଯଦି ସତ୍ୟ

   ସାକ୍ଷୀ ଥାଅ ଚନ୍ଦ୍ର,ସୂର୍ଯ୍ୟ,

ଓଁମକାରାଧିକାର ଆତ୍ମିକ ବେଭାର

   ସଫଳ କର ମୋ କାର୍ଯ୍ୟ।

    

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract