STORYMIRROR

Arjun Barik

Abstract Classics Inspirational

3  

Arjun Barik

Abstract Classics Inspirational

ବିବେକର ବିଭବ ବେଦାଙ୍ଗ

ବିବେକର ବିଭବ ବେଦାଙ୍ଗ

1 min
149

ହେ! ସୁରବୀର,ବ୍ରହ୍ମଜ୍ଞ,ବାଗୀଶ ,ଜିତେନ୍ଦ୍ରୀୟ, ପ୍ରଥିତ ପୁରୁଷ,

ଯୁଗଜନ୍ମା, ଆର୍ଯ୍ୟ ପ୍ରଭା ,ପ୍ରାଚ୍ୟରୁ ପାଶ୍ଚାତ୍ୟ, ପରମେଶ ଶିଷ୍ୟ।


ଦେବଂଶେ ସମ୍ଭୂତ ଦୈବିକ ଦ୍ୟୋତନା, ତବ ଅମୀୟ ଦର୍ଶନ,

ଆର୍ଯ୍ୟାବର୍ତ୍ତ ଭାରତର ଚାରୁଶିଳ୍ପୀ ବତାଶ ଗାଏ ତବଯଶ ଗାନ।


ବାଣୀ ପ୍ରଭ ଶବ୍ଦ ବ୍ରହ୍ମ ବିଶାରଦ ବେଦ ବେଦାଙ୍ଗ ଅଶେଷ ବିଶେଷ

ସମୟର କ୍ରୁର ଘୁର୍ଣ୍ଣି ପଥାରୋଢ ,ପଥଭ୍ରାନ୍ତ ସବୁ ନିସର୍ଗ ନିଶେଷ।


ଆସଂଯମୀ ଦୁର୍ବାର ଦୁର୍ଭେଦ୍ୟ କ୍ଳେଶ, କ୍ଳିଷ୍ଟ ପରିନାହିଁ ରୋକି,

ଭୋକିଲା ପେଟର ଭୋକ, ଶୁଖିଲା ମୁଖର ଓଠ ସୁବାସିତ ଚନ୍ଦନ ସାଜିଛି।


ନରେନରୁ ସ୍ୱାମୀ ପଦ ବିବେକ ଅନୁମୋଦିତ ହେଲେ ନର ଇନ୍ଦ୍ର

ଗୁରୁଭାର, ଗୁରୁଗିର ଗୁରୁସ୍ୱରେ ବନ୍ଧଥିଲା ତାଙ୍କଜୀବନର ଛନ୍ଦ।


ସେ ଥିଲେ କାଳ 'କଳ୍ପବଟ' ପଲ୍ଲବିତ, ଆଧ୍ୟାତ୍ମିକ ରାଜ ଯୋଗ ମାର୍ଗ,

କର୍ମଯୋଗୀ ,ଧର୍ମଯୋଗେ ଜୀବନକୁ ବାଣ୍ଟୁ ଥିଲେ ଅମୃତ ସୋହାଗ।


ଅତୀନ୍ଦ୍ରୀୟ ଚେତନାର ଥିଲେ ଅଭିଦୀପ୍ତି, ଭୋଗଲିପ୍ସା ନଥିଲାକ ମନେ,

ବୁଦ୍ଧ, ଯୀଶୁ, ରାମ ରମଣରେ ଚୋବ୍ୟ, ଚୋଷ୍ୟ,ଲେହ, ପେୟ ଥାଏ ପ୍ରତିକ୍ଷଣେ।


ଗୌରୀକ ବସନ ଧାରୀ ପୁଣ୍ୟ ତୀର୍ଥ ଭାରତର ଅମ୍ଳାନ ପ୍ରତିଭୁ,

ଚିକାଗୋରୁ ଆକୁମାରି ପୂଣ୍ୟ ପଥେ ଜନତାର ହୋଇଥିଲେ ପ୍ରଭୁ।


ଜୀବନ ଯଜ୍ଞର ପୂତ ପୁରହୋତା ଜୀବନାଗ୍ନି ଧର୍ମଯୋଦ୍ଧା ଧର୍ମର ଦ୍ୟୋତକ,

ମୁକ୍ତିର ମସାଲ ଆଜି ଦିକ୍ ଦିକ୍ ଜଳେ ଦିଏ ପ୍ରତିଛନ୍ଦେ ଅମୃତ ପୁଲକ।


କିଏ ଅଛି ଦେବପ୍ରାଣ ଜ୍ୟୋତିଷ୍ମାନ ଅମିତାଭ ଜୁଟାଅ ଅମିତବଳ,

ଧର୍ମ ଯଜ୍ଞରେ ଦିଅ ଆତ୍ମାହୁତି ଧର୍ମ ହେଉ ତୋ ଜୀବନର ଅମୀୟ ସମ୍ବଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract