STORYMIRROR

Arjun Barik

Classics Others

3  

Arjun Barik

Classics Others

ପ୍ରଣମେ ଆଚାର୍ଯ୍ୟଦେବ

ପ୍ରଣମେ ଆଚାର୍ଯ୍ୟଦେବ

1 min
206


ହେ କୋଟିନିଧି କୋଟି ହୃଦୟର ଅମୃତ ଆସ୍ଵାଦ,ପ୍ରଧାନ ଆଚାର୍ଯ୍ୟଦବ,

ଆଶୈଶବ ଜୀବନକୁ ଆସ୍ୱାସିତ କରି ନାଶୁଥିଲ ସକଳ ଆସ୍ରବ।

ପିତା ଅମରେନ୍ଦ୍ର,ମାତା ଆନନ୍ଦମୟୀର କୃଷ୍ଟି ରତ୍ନ ଜନ୍ମିଥିଲ ପୂର୍ବବଙ୍ଗ ପାବନା ଜିଲ୍ଲାରେ,

ସନ ଉଣେଇଶ ତେତିଶି -ଅକ୍ଟୋବର ଏକୋଇଶି

ପବିତ୍ର ଅମୃତ ଲଗ୍ନରେ ।

ଆଶ୍ରିତର ଥିଲ ଦେବ ପରମ ଆସରା- ଚାରୁ ଆସ୍ୟ ହାସ୍ୟରେ ଥିଲା ଅମୃତ ଇଶାରା,

ସଂସାରର ପାରାବାରୁ ପି' ହଳାହଳ ବାଣ୍ଟୁ ଥିଲ ନିତି ସୁଖର ପସରା ।

ଆହେ ବ୍ରହ୍ମ ମୁଖ ,ବେଦବିଧି ,କୃତି, କ୍ରାନ୍ତି, ଦ୍ୟୁତିଦେବ ଦ୍ୟୁଲୋକ ନିବାସୀ,

ସ୍ବଧାମକୁ ଚାଲିଗଲ ଦେଲନି ଦର୍ଶନ ବାଟ ବଣା ଜୀବନର ଥିଲ ଶୁଭଦର୍ଶୀ।

ଅନ୍ତରେ ଅବ୍ୟକ୍ତସ୍ବର ଗୁମୁରି ଘୁମାଏ ବସେ,ବ୍ୟାକୁଳିତ ତନୁ,ମନ ,ପ୍ରାଣ,

ଭଗ୍ନହୃଦୟରେ ରଚୁଥିଲ ତୁମେ ବୃନ୍ଦାବନ,ଭଟାପଡ଼େ ଆଜି ମୋର ନିକୁଞ୍ଜ କାନନ।

କିଛିହେଲେ କହିଲେନି ଏ ଦୀନ ହୀନ ଭଗ୍ନ ହୃଦୟକୁ ତୃଷିତ ପ୍ରାଣକୁ, 

ଶୁନ୍ୟତାରେ ମ୍ରିୟମାଣ ମୁଁ ଯବନିକା ବେଶୀ ଡେରି

ନୁହେଁ ଭଗ୍ନ ହୃଦୟକୁ।

ରେତ ସ୍ରୋତେ ନ ଥିଲାକ ଶୋକ,ଦୁଃଖ ତେଣୁ ତ ଅଶୋକ ,ଥିଲ ଦେବ ଚିର ଅତନ୍ଦ୍ର ପ୍ରହରୀ,

ପ୍ରଭୁପ୍ରୀତି,ପ୍ରଭୁଭକ୍ତି ପ୍ରଭୁସୁରେ ବନ୍ଧଥିଲ କାରୁଣିକ,କାରୁଣ୍ୟର ବିଶ୍ୱକାରିଗରୀ।

ଆମେସବୁ ଶୟତାନ ,ପିତାର ଅବାଧ୍ୟ ସନ୍ତାନ ,ସେବକ ହୋଇବି କରିନୁ ତାହାର କର୍ମ,

ଅଣନବେ ବୟସର ଶେଷପ୍ରାନ୍ତ ଅସୁସ୍ଥ ସେ ଆମପାଇଁ ଭୋଗିଲେ କଷଣ।

ଦୁର୍ଗାପୁର ମିଶନ' ଚିକିତ୍ସାଳୟେ ଦେହ ତ୍ୟାଗ ବିଂଶ ଏକବିଂଶ ନ'ଘଣ୍ଟା ଚାଳିଶି ମିନିଟ,

ସାଢ଼େ ତିନି କୋଟୀ ଚାହିଁଥିଲେ ଦୀକ୍ଷା, ରହିଗଲା ଚାଲିଗଲେ ସବୁ ମୋହକାଟି।

ହେ ଚିର ବନ୍ଦନୀୟ ବାଂମୟ ପାବକ ପ୍ରଥିତ ,ଘେନ ମୋର ଶ୍ରୁଳ ପ୍ରଣିପାତ,

ଆଜିଏ ହିଦୁଃଖର ଆଳୟେ ଜଣାଉଛି ତୁମକୁ ହୃଦୟରୁ ଅନ୍ତିମ ଉଛ୍ୱାସ ।

   

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics