STORYMIRROR

Arjun Barik

Abstract Classics Inspirational

3  

Arjun Barik

Abstract Classics Inspirational

ଲକ୍ଷ୍ମୀଝିଅ କିଏ ?

ଲକ୍ଷ୍ମୀଝିଅ କିଏ ?

1 min
241


ଶୋଭାର ଆଧାର ,ବୋଧ,ବ୍ୟବହାର,

ସ୍ୱାମୀ ଭିନ୍ନ ଆନ ନାହିଁ ନଜର,

ସଭିଙ୍କ ଭିତରେସହ୍ୟ କାମୀ ହୋଇ

ସୁଧାରିନିଏ ସକଳ ଭାର ।

ଏପରି ଝିଅତ କୃଷ୍ଟି ଧାରିଣୀ

ଏ ଭାଵ ଦେଖିବ ଯେଉଁ ଝିଅର

ସ୍ୱାମୀ ଓ ଶ୍ବଶୁର,ଶାଶୁ,ଦେବର,

ସକଳଙ୍କ ମଧ୍ୟେ ନଜର ଦେଇ

ଚଳିବା କାଇଦା ଜାଣିଛି ଯିଏ

ସେହି ଝିଅଟା ଲକ୍ଷ୍ମୀ ତପା-  

ସନ୍ଦେହ ଏଥିରେ ତିଳେ ନ ଥାଏ


      ପ୍ରକୃତି ଧାରାରେ ପ୍ରକୃତ ହୋଇ

       ସକଳ ବସ୍ତୁକୁ ଆପଣା କରି

      ପ୍ରେଷ୍ଠ, ଶ୍ରେଷ୍ଠର,ଶିଷ୍ଠ ଆଭାରେ

      ବିହି ବିଧାନର ବିହିତଧାରେ

       ପ୍ରକୃତି ଉପାଧି ମିଳିବ ତୁମକୁ

      ସନ୍ଧେହ ନାହିଁ ଏହି ଭାବରେ ।

ବୋଧ ବିବେଚନା ନୀତି ଆଚାର

ସମତାନ ଭାଵ ସବୁ ଦିଗର

   

ସହ୍ୟ ସେବାପ୍ରାଣା କୃତିମୁଖର ,ମମତା ଘୋର

ଧରମ, କରମ, ନାରୀ ସ୍ୱଭାବ,

ପବିତ୍ର ମନର ରନ୍ଧନ ଦ୍ରବ୍ୟ,ହୁଅଇ ଦିବ୍ୟ

କେଶ ,ବେଶ ଶାନ୍ତ ମଧୁର ଗିର,

ଝାଟିମାଟି ଘର,ସରଗ ପୁର କି ମନୋହର

ଏହି ଗୁଣାବଳୀ ଯେଉଁ ଝିଅର ସେହିମାନେ ତ ଲକ୍ଷ୍ମୀ ଝିଅ।ଅଲକ୍ଷ୍ମୀର ସେଠି ନାହିଁ ଆଶ୍ରୟ ।

ସବୁଠାରେ 'ସୁ' ନଜର ରଖି,

ଯେଉଁଠି ଯେପରି ଯାହା ଯାହା ଲୋଡ଼ା,

ସେପରିକରି ପାରିଲେ ଚଳି ,ନିଶ୍ଚେ ହେବୁରେଗଳାର ମାଳୀ ।

ସର୍ବାଙ୍ଗରେ ତୋ ଝଟକୁ ଥିବ ଦିବ୍ୟଜ୍ୱାଳା ।

ଏପରି ଲକ୍ଷଣ ଲକ୍ଷ୍ମୀ ଝିଅର ଅମୃତରସେ ଜନନୀ ପରା,

ଚିରବନ୍ଦନିଆ, ଚିରପୂଜନିଆ,ପଵିତ୍ରଧାରା,ଧରିତ୍ରୀ ପରା।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract