ବନ୍ଧ୍ୟା ଜୀବନର ବେଦନା ବେଦ
ବନ୍ଧ୍ୟା ଜୀବନର ବେଦନା ବେଦ
ଜୀବନ ର ସତ୍ୟ ମାଂସଳ ନୁହେଁ କଂକାଳସାର ଶୁନ୍ୟ ହିଆ,
ପ୍ରୀତିର ଉତ୍ସେ ଜରା ବ୍ୟାଧି,ମୃତ୍ୟୁ, ସଂସାରକୁ ଏଠି କଲାଣି ସ୍ୱଆହା ।
ବ୍ୟାସ ବିର୍ଯ୍ୟର ସନ୍ତାନ କ୍ରୁର ତାଣ୍ଡବ ରଚଇ ସାରା ମୂଲକ,
ସବୁଠି ଆଜି ଭୀମ ବିଭୀଷିକା କରୁଣ ଛାୟାର ବିଷ ଝଲକ ।
ବିଦୁର ବିଧୁର ବେଦନା ବେଦ କାଳ କାଳ ଚକ୍ର ନେଉଛି ଲୋଟି,
ବିବର୍ତ୍ତନର ବନ୍ଧ୍ୟା ଜୀବନେ ସଭ୍ୟ ପାରିଜାତ ପାରେନି ଫୁଟି।
ମହୋଦଧି ତଟେ ନଗ୍ନାଭୂଷନେ ମୃତରାଷ୍ଟ୍ରର ଗାନ୍ଧାରୀ ବଂଶ,
ସତ୍ୟ,ଶାନ୍ତି,ଦୟା କାରାଗାରବାସୀ ଦୁର୍ଯ୍ୟୋଧନ ର ପାଇ ଆଦେଶ ।
ଇଛା ମୃତ୍ୟୁ ଏଠି ସରଶଯ୍ୟା ଶାୟୀ ତୁଣ୍ଡ ଖୋଳିଲାନି ରାଜସଭାରେ,
ଧର୍ମରଧ୍ୱଜା ଉର୍ଜା ହେଲାନି ଗୀର୍ଜା, ଗୁରୁଦ୍ୱାର ,ମନ୍ଦିର ଶିରେ ।
ଚତୁର୍ଦ୍ଧାମୂରତି ଶଙ୍ଖ,ଚକ୍ର, ଗଦା ପଦ୍ମକୋରକରେ ହୋଇଛି ବନ୍ଦୀ,
ଚତୁର୍ଦ୍ଧାମ ସ୍ୱର ବନ୍ଧ୍ୟା ବେଦରେ ପାପ କଦା ଚାରେ ହୋଇଛି ଛନ୍ଦି ।
ଶୟତାନ ଏଠି ଯୁଆ, ଚୋରି ,ନାରୀ,ମଦ କାନୁନକୁ ହାତରେ ଧରି,
ଶୋଷଣ ପଞ୍ଝାରେ ପୁଂଜି ବଢ଼ାଉଛି ଶୋଷିତ ବୁକୁରେ ଲଗାଇ ଛୁରୀ ।
ଯୋୖନ ବୁଭୁକ୍ଷୁ ନର୍ଦ୍ଦମା ମକ୍ଷି ଶୁଷ୍କ ସ୍ତନର କାମାର୍ତ୍ତ ଗନ୍ଧ,
ଧର୍ମସଭାରେ ବର୍ବର କୌର କୂଳଗୁରୁ,ଦ୍ରୋଣ ସବୁ ହିଁ ଅନ୍ଧ ।
ଉଗ୍ର ,ଉଗ୍ରମୂର୍ତ୍ତି ,ଉଗ୍ରପନ୍ଥୀର ଉଜାଣି ଆୱଆଜ ଟେକିଛି ମୁଣ୍ଡ,
କୁମେରୁ ସୁମେରୁ ଭାରତ ମେରୁର ଜୀବନ ହୋଇଛି ଖଣ୍ଡ ବିଖଣ୍ଡ ।
ଶୁଣରେ ଶାସକ, ଶୋଷକ ମୂଷିକ ଆର୍ଯ୍ୟ ଭାରତ ବର୍ଷ,
ଉଠାଓ ଜୁଟାଓ ଅମିତବଳ ମୂର୍ତ୍ୟୁ ମୁଖର ହସ ।
ଅମୃତ ରଯେ ସନ୍ତାନ ତୁହିଅମୃତ ଯେ ତୋର ଜୀବନ ରସ,
ମରଣ ଖୋଜି ମାରଣ ତେଜି ଶୁଭ ଶିବମୟ ହେଉ ସର୍ବସ୍ବ ।
ଆସ ହେ ଆର୍ଯ୍ୟ ନବୀନ ସୂର୍ଯ୍ୟ ଜାଗ ଅମୃତ ବାର୍ତ୍ତାବାହି,
ଶାନ୍ତି, ମୈତ୍ରୀ ପ୍ରୀତି ହେଉ ଶୁଭଙ୍କରୀ ଜୀବନ ସଙ୍ଗୀତ ଗାଇ ।
ବେଦ ବିଧି,ନୀତି, ନିୟତିର ସ୍ଥିତି କଳି କାଳ କରାୟତେ,
କିଏ ଦେବ, ସାହା,ରାହା,ରାହା ଜାନୁ ଜାହାନ୍ମର ପଥେ ।
ଜାଗ ଯଜ୍ଞେଶ୍ୱର ଜଗାଅ ଭାସ୍କର ଜୀବନ ଯଜ୍ଞର ହୋତା,
ଜୀବନ ରାଗିଣୀ ଶୁଣାଅ ସକଳେ ଶୁଣାଅ ଜୀବନ ବାର୍ତା ।