ଆତ୍ମିକ ପ୍ରାର୍ଥନା
ଆତ୍ମିକ ପ୍ରାର୍ଥନା
ହେ- ଦିବଂଗତ ! ବାଗ୍ମୀପୁରୁଷ ଶତାବ୍ଦୀର ଅବ୍ଜ -
ସତସଙ୍ଗ ସରୋବରେ ପ୍ରସ୍ଫୁଟିତ 'ସରୋଜ' -
ଆବେଷ୍ଠିତ ଥିଲେ ଶତ ମଧୁଲୋବ୍ଧି
ଆକଣ୍ଠିତ କରୁଥିଲେ ପାନ ବିଭୁ ବିଭାରସ।
ଅକାଟ୍ୟ ପ୍ରେମ ବନ୍ଧନରେ ହୋଇଥିଲ ଛନ୍ଦି,
ଦୂରତାକୁ ଦୂରକରି 'ପଦ୍ମଭାନୁ' ସମ,ଅଭୂଲା ପ୍ରଣୟ।
ଉତ୍ପଥ ଜୀବନର ଥିଲ ବିସ୍ଫୋଟକ ଉର୍ଜ୍ଜି
ଗୁରୁମୁଖ, ଗୁରୁଭାର ଥିଲା ତବ ଜୀବନର ବ୍ରତ,
ତୁମେ ଥିଲ ଋଷ୍ୟଶୃଙ୍ଗ ଉଷର ଉର୍ମି,
ଆରାଧ୍ୟର ଗାଣିତିକ ସୂତ୍ର, ଅବ୍ୟକ୍ତ ଉପପାଦ୍ୟ।
ହେ ଏକଦିଶି ଏକନିଷ୍ଠ କ୍ରାନ୍ତିକାରୀ ଗୁରୁ ବାର୍ତା ବାହୀ,
ସାମ୍ୟହରା ଜୀବନର ଥିଲ ଅସାମାନ୍ୟ ଗୁରୁଗୀତି ଗାଇ।ରତ୍ନଗର୍ଭା ରତ୍ନଗିରି ମାଟିର ମହକ, ଅମୀୟ କର୍ଷକ,
କର୍ମ ଭୂମିରେ ଧର୍ମର ମର୍ମରେ ଗୁରୁ ସ୍ନାତା କରି,
ବାଣ୍ଟୁଥିଲ ଗୁରୁଙ୍କର ଜୀବନଦର୍ଶନ ସତ୍ତାର ସ୍ଲୋଗାନ। ତୁମେ ଥିଲ ଏକଧାରେ,ଗୃହୀ ,ତ୍ୟାଗୀ ବାନପ୍ରସ୍ଥ ଆବର ସନ୍ୟାସ
ଉତ୍କଳରୁ ବିଦେଶ ମାଟିରେ ଥିଲ ଗରିୟାନ, ଗୁରୁଜୟଗାନେ,
ସତସଙ୍ଗ ଉଦ୍ୟାନେ ଥିଲ ପ୍ରସ୍ଫୁଟିତ ରତ୍ନ
ଅଠାବନ ବର୍ଷ ସାଧନାରେ ଯୁକ୍ତ ପ୍ରଥିତ ପୁରୁଷ
ଗୁରୁଗୁଣ ଗାନେ ହୋଇଥିଲ ବ୍ରତୀ।
ଭଜନ,କୀର୍ତ୍ତନ,ଯଜନ,ଯାଜନ ଶବ୍ଦର ଅପୁର୍ବ ସମ୍ଭାରେ
ମନ୍ତ୍ରମୁଗ୍ଧ କରି ତୋଳୁଥିଲ ନବରସ ନବୀନ ଛନ୍ଦରେ।
ସତସଙ୍ଗ ଆନ୍ଦୋଳନେ ଥିଲ ତୁମେ ଅନନ୍ୟ ବ୍ୟକ୍ତିତ୍ୱ,
ତୁମନିଷ୍ଠା,ଗୁରୁକୃପା ସତ୍ତାର ଦୈବୀ ସାଧନା
ଦୀକ୍ଷା, ଦକ୍ଷରେ ବାଣ୍ଟୁଥିଲ ଗୁରୁଙ୍କର ଜୀବନ୍ତ ଦର୍ଶନ।
ଧର୍ମର ମର୍ମରେ, ମର୍ମର ଖଚିତ ଚାରୁଶିଳ୍ପୀ ଜୀବନ୍ତ ବିନ୍ଧାଣି
,ହେ ଗ୍ରୁରୁ ଗୁଣ ଗ୍ରାହୀ,ଗୌରବ ଚନ୍ଦ୍ରିକା
ସତ୍ସଙ୍ଗର ବରଣ୍ୟ ପୁରୁଷ,ଗୁରୁଭାଷେ ବାଣ୍ଟୁଥିଲ
ସାତ୍ତ୍ଵିକ ପୀୟୂଷ ,ବିଭୁ ବିଭା ରସ।
ହେ ପ୍ରିୟମ୍ବଦା ,ପ୍ରିୟଦର୍ଶୀ ଗୁରୁଗତ ପ୍ରାଣ,ଚିରଜ୍ୟୋତିଷ୍ମାନ
ତୁମ ଓଜସ୍ୱିନୀ ଗୁରୁମୁଖ ଅମୀୟ ଯାଜନ
ଆଜି ଶୁନ୍ୟଲଗେ ଶୁନ୍ୟସ୍ଥାନ,କିଏ ବା କରିବ ପୂର୍ଣ୍ଣ ତୁମ ସ୍ଥାନ ଦୟାଲ ଧାମରେ, ପ୍ରଭୁ କୋଳେ ଥାଅ ସଦା ସୁଖେ,
ଏହି ମୋର 'ଆତ୍ମିକ ପ୍ରାର୍ଥନା,ଉପାସ୍ୟରେ ଚିର ଆରାଧନା ।