ଆଉ ଥରେ ଫେରିଆସ
ଆଉ ଥରେ ଫେରିଆସ
ହେ ଉତ୍କଳର ଅଧିପତି କୋଟି ପ୍ରାଣନାଥ
ଜଗନ୍ନାଥସ୍ୱାମୀ ନୟନ ପଥଗାମୀ
ଘେନ ଏହି ଅବସରେ ଆମ ପ୍ରଣିପାତ,
ଚରଣ ଜଣାଉଛୁ ଉତ୍କଳ ଦିବସେ
ଆତ୍ମିକ ଉଛ୍ୱସ ସୁଧା ଅଭିପ୍ରେତ।
ଆଜିପରା ଉତ୍କଳ ଦିବସ ଜନ୍ମ ଅବସରେ,
ମାତୃଭୂମି ,ମାତ୍ରଭାଷା,ମାତୃପ୍ରୀତି ଜାଗ୍ରତ ଅନ୍ତରେ,
ଜନନୀ ଜନ୍ମଭୂମି ସ୍ଵର୍ଗାଦପି ଗରୀୟସୀ
କହିଛନ୍ତି ଯୁଗେ ଯୁଗେ କେତେ ମୁନି ୠଷି।
ଏନ୍ତୁଡ଼ିର କୁଁଆ କୁଁଆ ରାଵ ପଞ୍ଚଭୁତ ବାସ୍ନାର ପରଶ
ତାର ଗିରି, ବନ ,ନଦ ,ନଦୀ ପାହାଡ଼ ଝରଣା,
ଗାଁ ପାଟ,ଗାଁ ତୁଠ ଭାଗବତ ଓଁମକାର ଚେତନା,
ସମୟର କ୍ରୁର ଲୁଚକାଳି, ଶୁଭେ ନାହିଁ
ଉତ୍କଳର ଐତିହ୍ୟା ମୂର୍ଚ୍ଛନା ଖାଲି ନିଃସୃତ ବେଦନା।
ଭାଷା ଶିଳ୍ପର ଉପାଦାନ କଞ୍ଚାମାଲ ରପ୍ତାନି ହେଉନି
ଅର୍ଥ ଏଠି ଶସ୍ତା ହେଲାଣି ଦୁରାବସ୍ଥା ନେଇ।
ପାଶ୍ଚାତ୍ୟ ଖାଦ୍ୟର ଉପଚଇ ଏଠି ବିଡମ୍ବନା,
ପାରସ୍ପରିକ ପ୍ରତିପାଲୟ ଆଉ ଦାନାବାନ୍ଧୁ ନାହିଁ
ଶ୍ରମ,ଧର୍ମ, ଧନର ଉତ୍କର୍ଷି ପରିପୋଷଣୀ ନେଇ
ବୁନିଆଦର ଦୁର୍ବାର ବିଡମ୍ବନା ମହଙ୍ଗା ପ୍ରାୟଶଃ।।
ପ୍ରଚୁର ବେକରର କ୍ରୁରତାରେ ସରବ୍ୟ ଆଜି
ନିମ୍ନ ମଧ୍ୟବିତ୍ତ ଅସାଧୁତାର ଅଧିଗତ୍ୟ ନିଷ୍କର୍ମାମାନେ,
ଲୋଟି, ପାଟି ଜୀବନକୁ ଦିକଦାର କଲେଣି।
ହେ ସୁର, ନର ବୀର ବରଣ୍ୟ ପୁରୁଷ
ତୁମେ ଦେଖିଯାଅ ଉତ୍କଳର ଭଗ୍ନ ଦୁରାଵସ୍ଥା,
ଆଉ ଆଲୋ ସଖି ବ୍ରଜବନ୍ଧୁ ଆସନ୍ତି ପ୍ଲାବିତପୃଷ୍ଠକୁ
ବକୁଳର କୁହୁତାନଶୁଭେ ନାହିଁ କର୍ଣ୍ଣ ଗହ୍ୱରକୁ।
ସବୁ ରେବତୀମାନେ ଆଜି ସହର ମୁଁହା,
ପଲ୍ଲୀର ସାଧବା ଆଉ ପିନ୍ଧୁନି ଅଳତା
ଭାଗବତ ଟୁଙ୍ଗି ସବୁ ଭଟ୍ଟା ପଡିଲେଣି
ଗୋଧୂଳି ବେଳାର ଧୂଳି ରାସ୍ତା ପାରୁ ନାହିଁ
ଜୀବନଟା ଆଜି ପକ୍କା ହୋଇଗଲାଣି ,
ହୃଦୟକୁ ଫାଙ୍କା କରି,
ବୁର୍ଜ୍ଜୁଆ ଏଠି ବନିସି ଧରି ଦରାଣ୍ଡୁଛି ମୁଠା ମୁଠା କୋଠା।
ଶୋଷିତ ବରଜୁ ଛକଡୀମାନେ ଧାବନ୍ତି ମୃତ୍ୟୁଆଡେ,ବଂଚିବା ନିଶାରେ ।
ଏଠି ଶୋଷଣ ଅଛି ପୋଷଣର, ଇଂରେଜି ହନ୍ତରରେ
ଜୀବନଟା ଏଠି ଉର୍ବର ନୁହେଁ ତମ ଆଦର୍ଶରେ
ପୁଣିଥରେ ସ୍ୱତନ୍ତ୍ରତା ଫେରିଆସୁ,
ପୂର୍ବଜନ୍ମପରେ ତୁମ ଗହଣରେ ଏହି
ଅବସରେ ନୂତନ ଆଲୋକରେ।
