STORYMIRROR

Arjun Barik

Abstract Classics Inspirational

3  

Arjun Barik

Abstract Classics Inspirational

ନବବର୍ଷର ତୁମରି ସାନିଧ୍ୟେ

ନବବର୍ଷର ତୁମରି ସାନିଧ୍ୟେ

1 min
148

ହେ ବିଶ୍ୱପ୍ରାଣ ନିଖିଲେଶ୍ୱର ଜଗତ ଜୀବନ,

ଜୟ ଜଗନ୍ନାଥ!ଘେନ ଆମ ନବ ପ୍ରଣିପାତ।

ହେ ନବକୋଟି କର୍ଣ୍ଣାଟକ କଳେବରଗେଶ୍ୱର

ବିଶ୍ୱଜନ ନାଚିଉଠୁ ତାଥେଇ ତାଥେଇ-

ତୁମରି ରଙ୍ଗରେ ,ଛନ୍ଦରେ ଆଜିର ଏ ନବବର୍ଷର

ନବୀନ ଆଭାରେ, ଶାନ୍ତି, ମୈତ୍ରୀ ,ପ୍ରୀତିର ନବ ଆଲୋକରେ,ନୂତନ ଆଶାରେ।

ଜାଗିଉଠୁ ପ୍ରାଣ ତନ୍ତ୍ରୀ,

ସ୍ଥୈର୍ଯ୍ୟ,ବୀର୍ଯ୍ୟ, ଶ୍ରୀ,ଧୀ,ସେବା ମନ୍ଦାକିନୀର

ଅମୃତ କଲ୍ଲୋଳରେ ନିନାଦିତ ହେଉ,

ଜୀବନର ପ୍ରତିଟି କର୍ମ ଯଜ୍ଞରେ ଆପ୍ରାଣ ହେଇ ଉଠୁ,

ପ୍ରତିଟି ହୃଦୟ ବୀଣାରେ ବାଜି ଉଠୁ ଅମୃତ ଝଙ୍କାର

ସମସ୍ତ ଅବିଧିକୁ ପରାହତ କରୁ ଜୀବନ ବେଦୀ

ଆଲୋକର ରତ୍ନମାଳାରେ ଅମୃତ ସ୍ନାତା ହୋଇ ଉଠୁ।

ନବ ବର୍ଷର ନବୀନ ମଳୟ ପର୍ଣ୍ଣକୁଟୀରରୁ

ରାଜ ମହଲ ଯାଏ ଦିବ୍ୟାଙ୍ଗର ମରୂ ମୂର୍ଚ୍ଛନାରୁ

ଈଶ୍ୱର କୋଟି ପୁରୁଷରେ ସଂଜୀବିତ ହେଉ।

ହେ କୋଟୀ ହୃଦୟର ମଉଡମଣି ସଭିଙ୍କ ମନ ମନ୍ଦିରେ

ବାଜି ଉଠୁ ଅସତ୍ୟକୁ ନିରସନ କରିବାର ଶକ୍ତି।

ବ୍ୟକ୍ତି, ଜାତି ,ପରିବାର, ପରିବେଶ, ଦେଶ ତାର

ଗୁରୁ ଗମ୍ଭୀର ସ୍ୱରରେ ଅନ୍ୟାୟ ଅତ୍ୟାଚାରକୁ

ପ୍ରତିହତ କରୁ, ଅମୃତ ଚେତନାରେ ଝଙ୍କୃତ ହୋଇ ଉଠୁ।

ହେ ବିଶ୍ଵପିତା ,ବିଶ୍ଵତ୍ରାତା ଦିଅ ସେହିବଳ,

ମାତା ଜଗଦମ୍ବେ ପାପାଚାର, କଦାଚର

ଦୂରେ ଅପସରୁ ତୁମରି ଇଙ୍ଗିତେ।

ହୃଦୟ ବେଢାରେ ବିଧ୍ୱନିତ ହେଉ ଜୀବନରଧ୍ୱନି,

ମରୂପ୍ରାନ୍ତେ ଫୁଟିଉଠୁ ନବ କିଶଳୟ,

ପ୍ରକୃତିର ଷଢଋତୁ ହେଉ ଶୁଭଙ୍କରୀ,

ଅନ୍ନଦାତାରୁ ଆଉ ସେବକାରୀ ସ୍ୱସ୍ଥ,ସ୍ୱସ୍ଥିର କରଅଧିକାରୀ,

କରୋନାର କରାଳ ମୁଖରୁ ବଞ୍ଚାଅ ହେ ନାଥ,

ପ୍ରତିଟି ହୃଦୟ ପୁରୀରେ ଉଡାଅ ଅମୃତର ନେତ।

ପ୍ରାର୍ଥନା ରଖେ ଉତ୍କଳ ଆଉ ଦେଶ ମାତୃକାର।

ବିଂଶ, ଦ୍ବାବିଂଶ ହେଉ ଶୁଭଙ୍କର ଜୀବନ ରଥର।

ଏହି ପ୍ରାର୍ଥନା ମଂଜୁର କର ପ୍ରଭୁ ଦୁର୍ଦ୍ଦିନ ମୂହୁର୍ତ୍ତର,

ନବବର୍ଷର, ନବମାନସର ନବ ଚେତନାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract