ହେ ଜଗନ୍ନାଥ
ହେ ଜଗନ୍ନାଥ
ବ୍ରାହ୍ମମୁହୂର୍ତ୍ତରେ ମଙ୍ଗଳ ଆଳତୀ
ଦର୍ଶନେ ବ୍ରହ୍ମ ସନ୍ତୁଷ୍ଟ ।
ଛଅରୁ ସାତଟା ତୁମ ସ୍ନାନଯାତ୍ରା
ତା ପରେ ନୈବଦ୍ୟ ମସ୍ତ ।।
ସୂର୍ଯ୍ୟ ନାରାୟଣ ଉଇଁବା ସମୟେ
ଭକ୍ତି ଡୋରେ ନିଅ ଭିଡି ।
ଦର୍ଶନ ତୁମର ଅତ୍ୟନ୍ତ ସୁନ୍ଦର
ଭକ୍ତ ପ୍ରାଣ ଯାଏ ମାଡି ।।
ହଜିଯାଉ ନିଦ ମୋ ବେନି ନୟନୁ
ଚାହିଁ ତୁମ ଚକାଆଖି ।
ଧନ୍ଯ ହେଉ ଆଖି ଚତୁର୍ଧାମୂର୍ତ୍ତିଙ୍କୁ
ରତ୍ନ ସିଂହାସନେ ଦେଖି ।।
ରତ୍ନ ସିଂହାସନେ ବିରାଜମାନ ହେ
ପାଟ ପିତାମ୍ବର ପିନ୍ଧି ।
ତୁଳସୀ ଦୟଣା ମରୁଆ ମାଳତୀ
ଆଦରେ ପିନ୍ଧାଏ ବାନ୍ଧି ।।
ଦିବା ନିଶି ତୁମ ପୂଜା ଅର୍ଚ୍ଚନା ରେ
ଦିନ ଛୋଟ ପଡିଯାଏ ।
ଅବଣ୍ଣନିୟ ତ ଅବଢା ମହିମା
ଭକ୍ତି ଥିଲେ ମନ ପାଏ ।।
ତୁମ ଖଜା ଭୋଗ ମହିମା ଅପାର
ପାଇଲେ ଆତ୍ମା ସନ୍ତୋଷ ।
ବାସ୍ନା ମହ ମହ ବାସି ତୋରାଣି ଲୋ
ପିବାଲେ ଆତ୍ମା ସନ୍ତୋଷ ।।
ଦାନେ ଅନ୍ନଦାତା ପୁଣି ମାନ ଦାତା
ତୁମ ଦାନେ ଆମ ପ୍ରାଣ ।
ରଖନ୍ତୁ ଭକ୍ତଙ୍କୁ ଘଣ୍ଟ ଘୋଡାଇ ଯେ
ନଷ୍ଟ ହେଉ ଓମିକ୍ରନ ।।
ମହାମାରି ଆସି ସର୍ବନାଶ କରେ
ତୁମ ପ୍ରିୟ ଭକ୍ତଙ୍କର ।
ବଡ ଠାକୁର ହେ ରକ୍ଷାକର ଆସି
ତୁମ ଭକ୍ତ ଜଣଙ୍କର ।।
