ସୋପ୍ନ ବଦ୍ଧ
ସୋପ୍ନ ବଦ୍ଧ
ସଂସ୍କୃତି ସଂପୂର୍ଣ୍ଣା ତୁମେ ନିରୁପମା
ଶାନ୍ତି , ପ୍ରିତୀ ଗନ୍ତାଘର ।
ସୌନ୍ଦର୍ଯ୍ୟ ପୂରୀତ ଅପୂର୍ବ ଦର୍ଶନେ
କିଣେ ମନ , ପ୍ରାଣ , ମୋର ।।
ମନ୍ତ୍ର ମୁଗ୍ଧ ଲାଗେ ତୁମ ରୂପକାନ୍ତି
ପରିପୂର୍ଣ୍ଣ ଲାଗେ ମନ ।
ମମତାର ଗନ୍ତାଘର ତୁମ ମନ
କର ନାହିଁ କେବେ ମାନ ।।
ଶୀତଳ ସନ୍ଧ୍ୟାରେ ମଧୁର ପରଶ
ଢାଳିଥିଲ ମୋ ହୃଦୟେ ।
କରିଥିଲ ଆର୍ଦ୍ର ମୋ ମନ ମନ୍ଦିର
ଅଛି ଚିର ସ୍ମରଣୀୟ ।।
ଜାଣି ମୁଁ ନ ଥିଲି ଅମୃତ ଢାଳିଛ
ମୋ ମନର ଏକାନ୍ତରେ ।,
ଭୁଲି ହେବନାହିଁ ତୁମ ମିଠା ମିଠା
ମଧୁଝରା ହସ ଧାରେ ।।
ନଥାଏ ଛଳନା ଯାଣିନ ରାଗିବା
ଲଜ୍ଜାରେ ଘୋଡାଇ ହୁଅ ।
ମନ ଯାଣି ତୁମେ ଅଜାଡ ପିରତୀ
ସୁମଧୁର ବାର୍ତ୍ତା ଦିଅ ।।
ଆକର୍ଷିତ ହୋଇ ତୁମ ରୂପ ରଙ୍ଗେ
ପତଙ୍ଗ ଯେହ୍ନେ ମୁଁ ମରେ ।
ସତେ ସଶରୀରେ ପାଇବି ତୁମଙ୍କୁ
ଦିବା ନିଶି ଚିନ୍ତା କରେ ।।
ସୋପ୍ନ ତୁମେ ପ୍ରିୟା ସୋପ୍ନ କୁମାରୀ ଗୋ
ସୋପ୍ନରେ ମୋ ହୃଦ ବଦ୍ଧ ।
ଆଖି ଖୋଲିଗଲେ ସୋପ୍ନ ଦୂର ହୁଏ
ସୋପ୍ନରେ ସୋପ୍ନର ବଦ୍ଧ ।।