STORYMIRROR

Sanjya Tripathy

Classics

3  

Sanjya Tripathy

Classics

ତୋର ମୋର କଥା ହେବା ଚୁପ୍ ଚୁପମୁଁ

ତୋର ମୋର କଥା ହେବା ଚୁପ୍ ଚୁପମୁଁ

1 min
174

ତୋର ମୋର କଥା ହେବା ଚୁପ୍ ଚୁପ

ମୁଁ ସମୁଦ୍ର ହେଲେ ତୁ ଆକାଶ

ମୁଁ ନୀଳଙ୍କଠ ହେଲେ ତୁ କଳ୍ପନା ଚାୱାଲା

ମୁଁ ବିଶ୍ଵାମିତ୍ର ହେଲେ ତୁ ମେନକା

ମୁଁ ପରର୍ଶୁରାମ ହେଲେ ତୁ ରେଣୁକା

ମୁଁ ବେଳାଭୂମି ହେଲେ ତୁ ନଂଦନକାନନ

ମୁଁ ନାର୍ସିସସ୍ ହେଲେ ତୁ ସିସିଫସ୍

ମୁଁ ଅନଂତ ଆରଂଭ ହେଲେ ତୁ ଘୁମଂତ ନୀଳିମା

ମୁଁ କୋଣାର୍କ ହେଲେ ତୁ ଙଦ୍ରଭାଗା

ମୁଁ ସାଲେବଗ ହେଲେ ତୁ ଶ୍ରୀୟା ଚଂଡାଳୁଣୀ

ମୁଁ ରକ୍ତଗୋଲାପ ହେଲେ ତୁ ନୀଳକଇଁ

ମୁଁ ଧୂସର ପ୍ରଭାତ ହେଲେ ତୁ ବିଦାୟୀ ସୂର୍ଯ୍ୟ

ମୁଁ ଭାଗବତ ହେଲେ ତୁ ଫିଲ୍ମଫେୟାର୍

ମୁଁ ଅମାବାସ୍ୟାର ଚନ୍ଦ୍ର ହେଲେ ତୁ ରାତିସାରା ଖରା

ମୁଁ ରାତ୍ରିର ଶିଂକାରୀ ହେଲେ ତୁ ବିଟପୀ ଅଭିସାରିକା

ମୁଁ କର୍ମଯୋଗୀ ହେଲେ ତୁ ଅଳସୀ କନ୍ୟା-କାବ୍ୟନାୟିକା

ମୁଁ ଦଧୀଚି ହେଲେ ତୁ ସେତୁଙଧର ଗଂଡୁଚି

ମୁଁ ଫେଡା ଦୁର୍ଗର ବଂଦୀ ଦହେଲେ ତୁ ଦୁଃଖିନୀ

ମୁଁ ସେରଲକ୍‌ ହୋମ୍‌ ହେଲେ ତୁ ଡକଟର ୱାଟସନ୍

ମୁଁ ବୁଢାର ତିନୋଟି ସ୍କେଚ ହେଲେ ତୁ ଚିରଂତନୀ

ମୁଁ ହେଲେନ୍ କେଲର ହେଲେ ତୁ ମଦର ଟେରେସା

ନିର୍ମଳତାର ଓଢଣୀ ଖୋଲି ଏବେ ତୁ ପଚାର

ତୁ କିଏ ଓ ମୁଁ କିଏ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics