STORYMIRROR

TAPAN NAIK

Abstract Classics Others

3  

TAPAN NAIK

Abstract Classics Others

ମୋ ଦେଶ

ମୋ ଦେଶ

1 min
213

ସୁ-ବର୍ଣ୍ଣେ ସୁବର୍ଣ୍ଣି ଗୀତା ଭାଗବତ

ସୁ-ବର୍ଣ୍ଣେ ସୁବର୍ଣ୍ଣି ଧାରା

ସୁ-ବର୍ଣ୍ଣେ ସୁବର୍ଣ୍ଣି ସବୁଆଡ଼େ ଦିଶେ

ମୋ ଦେଶ ସୁବର୍ଣ୍ଣ ପରା

ଝରଣା ଗାଉଛି କୁଳୁ କୁଳୁ ଗୀତ

ଦୋହରାଏ ପରବତ

ପ୍ରକୃତି ଦେଇଛି ପ୍ରକୃତ ସୌନ୍ଦର୍ଯ୍ୟ

ହସୁଥାଏ ମୋ ଭାରତ

ଧନ୍ୟ ହେଇଛି ମୁଁ ଜନମି ଏଇଠି

ଫିଟୁ ନାହିଁ ମୁଖୁ ହସ

କଳା ଗୋରା ଭେଦ ଭାବ ନାହିଁ ଏଠି

ଭାରତ ପରା ମୋ ଦେଶ

ଯବାନଙ୍କୁ ଯେତେ। ସମ୍ମାନ ମିଳୁଛି

କିସାନଙ୍କୁ ମିଳେ ସେତେ

ରାଜନୀତି କଥା କି ଅବା କହିବି

ଶାସନ ପରା ସ୍ବ ହାତେ

ଯୀଶୁ ବି ଅଛନ୍ତି ଆଲ୍ଲା ବି ଅଛନ୍ତି

ପୁଣି ଛନ୍ତି ଜଗନ୍ନାଥ

ସବୁ ଧରମ କୁ ଆଶ୍ରୟ ଦେଇଛି

ଏଇ ମୋ ଦେଶ ଭାରତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract