STORYMIRROR

TAPAN NAIK

Inspirational

3  

TAPAN NAIK

Inspirational

ଭିନ୍ନ ଏକ ଯାଜ୍ଞସେନୀ

ଭିନ୍ନ ଏକ ଯାଜ୍ଞସେନୀ

1 min
157

ଭାରତ ବର୍ଷର            ରାଷ୍ଟ୍ରପତି ଆଜି

          ଭିନ୍ନ ଏକ ଯାଜ୍ଞସେନୀ 

ଆଦିବାସୀ ଘରୁ       ବିଶ୍ବ ଦରବାରରେ

          ଉଭା ସେଇ ବିଜୟିନୀ

ଉତ୍କଳ ପ୍ରଦେଶ           ମୟୂରଭଞ୍ଜ ର

          ବାଇଦାପୋଷି ଠାରେ

ଆବିର୍ଭାବ ହେଲେ     ସେ ମହା ମହିମ

             ସା'ନ୍ତାଳି ପରିବାରେ

ପୁତି ଟୁଡୁ ଥିଲା           ପିଲା ଦିନ ନାଁ '

        ତାପରେ ହେଲା ଦୁର୍ପାତି

ସ୍କୁଲ୍ ରେ ଶିକ୍ଷକ   ନାଁ ' ଦେଲେ ବୋଲି

           ହେଇଗଲେ ଦ୍ରୌପଦୀ

ଉବରବେଡ଼ା          ପ୍ରାଥମିକ ଠାରେ

            ସପ୍ତମ ପର୍ଯ୍ୟନ୍ତ ପଢ଼ି

ତା ' ପରେ ୟୁନିଟ୍     ଟୁ ବାଳିକାରେ

             ମାଟ୍ରିକ ଥିଲେ ଚ଼ଢ଼ି

ରମାଦେବୀ ବିଶ୍ବ   ବିଦ୍ଯାଳୟେ ସିଏ

              ସ୍ନାତକ ପାଠ ସାରି

ରାଇରଙ୍ଗପୁରେ   ପୌରାଧ୍ୟକ୍ଷା ଥିଲେ

            ନିର୍ବାଚ଼ିତ ହେଇ କରି

ସ୍ବାମୀ ଶ୍ୟାମ ବାବୁ   ସାଥେ ଦୁଇ ପୁତ୍ର

            ଲକ୍ଷ୍ମଣ , ସିପୁନ ଥିଲେ

ଜଣ ଜଣ ହେଇ        ତିନି ବାପ ପୁଅ

            ଅବେଳରେ ବାହୁଡ଼ିଲେ

ପିଇ ଆଖି ଲୁହ          ସମ୍ଭାଳି ନିଜକୁ

             ଝୀଅ ଇତିଶ୍ରୀ କୁ ଧରି

ଆଗେଇ ଚ଼ାଲିଲେ   ଜୀବନ ସଂଗ୍ରାମେ

               ଛାତିକୁ ପଥର କରି

ଝାଡ଼ଖଣ୍ଡ ରାଜ୍ଯେ      ଦେଶର ପ୍ରଥମ

             ଆଦିବାସୀ ରାଜ୍ଯପାଳ

ସ୍ବର୍ଣ୍ଣାକ୍ଷରେ ଏହା      ହେଲା ଲିପିବଦ୍ଧ

             ଇତିହାସେ ଚି଼ର କାଳ

ଆଜି ସେ ଭାରତେ    ଦେଶର ପ୍ରଥମ

             ଆଦିବାସୀ ରାଷ୍ଟ୍ରପତି

ତାଙ୍କରି ଜୀବନ       ସଂଗ୍ରାମ ଆଗରେ

             ହାର୍ ମାନିଲା ନିୟତି ।

                    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational