STORYMIRROR

TAPAN NAIK

Classics

4  

TAPAN NAIK

Classics

ମୋ ଦେଶ

ମୋ ଦେଶ

1 min
305


ସୁ-ବର୍ଣ୍ଣେ ସୁବର୍ଣ୍ଣି ଧାରା

ସୁ-ବର୍ଣ୍ଣେ ସୁବର୍ଣ୍ଣି ସବୁଆଡ଼େ ଦିଶେ

ମୋ ଦେଶ ସୁବର୍ଣ୍ଣ ପରା l

ଝରଣା ଗାଉଛି କୁଳୁ କୁଳୁ ଗୀତ

ଦୋହରାଏ ପରବତ

ପ୍ରକୃତି ଦେଇଛି ପ୍ରକୃତ ସୌନ୍ଦର୍ଯ୍ୟ

ହସୁଥାଏ ମୋ ଭାରତ l

ଧନ୍ୟ ହେଇଛି ମୁଁ ଜନମି ଏଇଠି

ଫିଟୁ ନାହିଁ ମୁଖୁ ହସ

କଳା ଗୋରା ଭେଦ ଭାବ ନାହିଁ ଏଠି

ଭାରତ ପରା ମୋ ଦେଶ l

ଯବାନଙ୍କୁ ଯେତେ ସମ୍ମାନ ମିଳୁଛି

କିସାନଙ୍କୁ ମିଳେ ସେତେ

ରାଜନୀତି କଥା କି ଅବା କହିବି

ଶାସନ ପରା ସ୍ବ ହାତେ l

ଯୀଶୁ ବି ଅଛନ୍ତି, ଆଲ୍ଲା ବି ଅଛନ୍ତି

ପୁଣି ଛନ୍ତି ଜଗନ୍ନାଥ

ସବୁ ଧରମ କୁ ଆଶ୍ରୟ ଦେଇଛି

ଏଇ ମୋ ଦେଶ ଭାରତ ll



Rate this content
Log in

Similar oriya poem from Classics