STORYMIRROR

TAPAN NAIK

Others

4  

TAPAN NAIK

Others

ତ୍ରାହିମାମ୍

ତ୍ରାହିମାମ୍

2 mins
216

ଆହେ ! ଜଗନ୍ନାଥ  ପ୍ରଭୁ ତୁମେ ହିଁ ତ

    ଜଗତ ଜନର ପିତା

ଦେଲେ ଅନୁମତି   ଆହେ ସୃଷ୍ଟି ପତି

    କହିଥାନ୍ତି କ୍ଷମା କଥା  ।


ମୋ ଦୁଃଖର ଦିନ   ନାଶ ଭଗବାନ

   କାନ୍ଦି କାନ୍ଦି କହେ ମହୀ

ଡାକେ ତ୍ରାହି ତ୍ରାହି   ଶୁଣ ଭାବଗ୍ରାହୀ 

   ମୋ ଦୁଃଖ ଦେଉଛି କହି


ଲୋତକ ସାଗର   ଅଟେ ମୋର ଘର

   ଛାଉଣୀ ମୋ ଘରେ କାହିଁ

ଦୁଃଖ ବର୍ଷା ବେଳେ  ଚ଼କ୍ଷୁ ବାରି ଢାଳେ

    କେମିତି ବୁଡ଼ିବି ନାହିଁ 


ପଥ ଅଗ୍ନି ସମ    ସେ ପଥ ଦୁର୍ଗମ

    ପାରୁ ନାହିଁ ହେଇ ତର

ଭୋକର ବିକଳେ   ମୋ ଉଦର ଜଳେ

    ହୁଏ ମୁଁ ଯେ ଦୁଃଶ୍ଚର


ତଳର ଉତ୍ତାପ    ପୁଣି ପେଟ ତାପ

    ସାଥୀରେ ପ୍ରଚଣ୍ତ ଖରା

ଜଳେ ଏ ଶରୀର  ସେ ଉତ୍ତାପେ ମୋର 

    ମନ ହୁଏ ଧୈର୍ଯ୍ୟ ହରା


ସବୁଜ ଜଙ୍ଗଲ     କରୁଛି ମଙ୍ଗଳ

    ବୋଲି ଏ ମାନବ ଜାତି

ବଣ ଯାହା ଥିଲା   ଧ୍ୱଂସ କରି ଦେଲା  

    ଜଳେ ମୁହିଁ ଦିନ ରାତି


ଯେଉଁ ମାଆ କାନି   ଧରି ଧନ ମଣି

    ହେଇଥିଲା ସାନୁ ବଡ଼

ସେଇ ମାଆଙ୍କର    ବସ୍ତ୍ର ହରେ ନର

    ମାରି ଗୋଇଠାର ମାଡ଼ 


ଯେଉଁ ପ୍ରତ୍ୟକ୍ଷରେ  ଅବା ପରୋକ୍ଷରେ 

     ମାରୁଛି ତ ଏ ମଣିଷ 

ରୋକିବା ନିମନ୍ତେ  ଦମ୍ଭ ନାହିଁ ମୋତେ

    ଠାରିବାକୁ ନାହିଁ ହୋସ


ସଭା ସମିତିରେ  ଡାକେ ସେ ଗେହ୍ଲରେ

    ହେ ! ଜନନୀ ବସୁନ୍ଧରା 

ସମାଜ ଗହଣେ   ମୋ ଗୁଣ ବଖାଣେ

    ସବୁଠୁ ଉଚ୍ଚରେ ଧରା


ମାଟି ମାଆ ଭଳି   କେ ପାରେ ସମ୍ଭାଳି 

   ଅଧୈର୍ଯ୍ୟକୁ ଧୈର୍ଯ୍ୟ ଧରି

ଆମ ପାଇଁ ସିଏ    ସବୁ ତ ଯୋଗାଏ

    ନିଜେ କଷ୍ଟ ସହି କରି


ଯଦି ପ୍ରାଣ ମୋର    ହୁଏ ଦରକାର

    ମାଆଙ୍କ ସୁଖ ନିମନ୍ତେ

କାଟି ନିଜ ଶିର   ନିଜ ହାତେ ମୋର

    ସମର୍ପି ଦେବି ତୁରିତେ 


ଏମିତି କେତେକ    ଥା'ନ୍ତି ପ୍ରଶଂସକ

    ସଭା ଯେବେ ହୋଇଥାଏ


ସରିଗଲେ ସଭା    କିଏ ହେବ ଉଭା 

   ମୋ ଦୁଃଖ ସମୟ ବେଳେ 

କିଏ ସେ ପଚ଼ାରେ   କେମିତି ଦୁଃଖରେ

    ତିଳ ତିଳ ମୁହିଁ ଜଳେ


କହେ ଯେ ମଣିଷ    ସମସ୍ତ ଜିନିଷ

    ମାଆ ଦେହେ ରହିଛି ଭରି 

ଯିଏ ମାଗେ ଯାହା   ପୂର୍ଣ୍ଣ କରେ ତାହା

    ଯଥା କାମଧେନୁ ପରି


ନ ମାଗିଲେ କ୍ଷମା    କ୍ଷମା ଦିଏ କ୍ଷମା

    ଦାଉ ସାଧେ ନାହିଁ ଜମ୍ମା

ମାଟି ମାଁ 'ଟି କେତେ  ଧୈର୍ଯ୍ୟ ଶିଳା ସତେ 

    ଅବର୍ଣ୍ଣନ ତା' ମହିମା


ରହି ସୂର୍ଯ୍ୟ ତଳେ    ଆଲୁଅ ନ ମିଳେ

    ଦିଶୁ ନାହିଁ କେଉଁ ପଥ

ମୋ ପରିସ୍ଥିତିରେ   କିଏ କ୍ଷମି ପାରେ

    କୁହ ମୋତେ ଜଗନ୍ନାଥ


ମୃତ କଣ୍ଢେଇଟେ   ମୁଁ ତାହା ନିକଟେ

     ସାଜି ଅଛି ବିଶ୍ଵେଶ୍ୱର

ଯେମିତି ପାରୁଛି    ସେମିତି ଖେଳୁଛି 

    ମୋତେ ସେ ନିଷ୍ଠୁର ନର 


କି କରିବି ମୁହିଁ     ଜାଣି ପାରୁ ନାହିଁ 

    ଅନ୍ଧକାର ଦଶ ଦିଶି

ଦିନରେ ସୂରୁଯ     ଦିଶୁ ନାହିଁ ଆଜ 

    ପୂର୍ଣ୍ଣିମା ରାତିରେ ଶଶୀ


ତମ ଛଡ଼ା କେହି    ମୋ ନିଜର ନାହିଁ

    ଥିଲା ଏକା ନିଜ ଛାଇ

ମୋ ନିଜର ଛାଇ    ବିପଦ ଦେଖେଇ 

     ଅନ୍ଧାରେ ଗଲା ମିଳେଇ


ପଥେ କଣ୍ଟା ମୋର    ଅମା ସୁଧାକର

     ପରାଏ ଥିଲା ଅଦୃଶ୍ୟ

କିନ୍ତୁ, ଏବେ ଦେଖ    ପୂର୍ଣ୍ଣ ଇନ୍ଦୁ ମୁଖ

     ପରି ସ୍ପଷ୍ଟ ହୁଏ ଦୃଶ୍ୟ 


ବାଧ୍ୟତାମୂଳକ     ଭେଟିବା କଣ୍ଟକ

    ଅନିଚ୍ଛାରେ ଯିବି ଭିଡ଼ି

ଚ଼ାହିଁଲେ ବି ମୁହିଁ     ବର୍ତ୍ତି ଯାଉ ନାହିଁ

    ପାଦରେ ତାକୁ ନ ମାଡ଼ି


ହସି ହସି କରି     ମୋ ପାଦକୁ ଚି଼ରି

     ପଶିବ କଣ୍ଟା ଅନ୍ତରେ

ପାଦ ସିନା ମୋର     ଫାଟିବ ଠାକୁର 

     କଷ୍ଟ ହେବ ହୃଦୟରେ


ଝରି ଅହରହ      ସରିଛି ମୋ ଲୁହ

    ଥିଲେ ସିନା ଯିବ ଝରି

ଥିଲେ ସିନା ରକ୍ତ     ବୋହିବ ତୁରନ୍ତ

     ସବୁ ତ ଯାଇଛି ସରି


କେଉଁ ଅପରାଧ      କଲି ମୁଁ ବିବୁଧ

     ଏ ଯାଏଁ ପାଉନି ମୁକ୍ତି 

ଜଡ଼ ପ୍ରାଣ ଧରି      ଯୁଗ ଯୁଗ ସରି

     ଏବେ ବି ପାଉଛି ଶାସ୍ତି


ଅବଶ୍ୟ କରିଛି      ବଡ଼ ଦୋଷ କିଛି 

     କିନ୍ତୁ, ମୋର ମନେ ନାହିଁ 

କେତେ କାଳ ଗଲା    କେତେ ଯୁଗ ଗଲା

     ଆଉ ମନେ ପଡ଼ୁ ନାହିଁ 


ପୂର୍ବ ସଜା ସରି       ହୁଏତ ଆହୁରି

     ଚ଼ାଲୁଥିବ ନୂଆଁ କରି

ଅନ୍ୟାୟ ଆହୁରି     ବୋଧେ ଥିବି କରି

     ପୂର୍ବ ଅପରାଧ ପରି


ରହି କାରାଗାରେ     ଦୋଷ ଯଦି କରେ

     ବଢ଼ି ଯିବ ଦଣ୍ତ ମୋର

ନିଜ କଥା ମୁହିଁ      ନିଜେ ଜାଣୁ ନାହିଁ 

     କହି ଦିଅ ବିଶ୍ଵେଶ୍ୱର


ପ୍ରତିଟି ପ୍ରଶ୍ନର      ତୁମେ ହିଁ ଉତ୍ତର 

     ଆହେ ପ୍ରଭୁ ବିଶ୍ୱନାଥ 

କରି ସମାଧାନ      ଏ ସମସ୍ୟା ମାନ

     ଦେଖାଅ ସୁନ୍ଦର ପଥ


ତୁମକୁ ଧରଣୀ      ଡାକ ଛାଡ଼ିଲାଣି

     ଆସ ହେ ଜଗତେଶ୍ୱର

ଆଉ ଏକ ଥର      ନେଇ ଅବତାର

     କାଟି ଦିଅ ପାପୀ ଶିର 


ଲୋଭୀକୁ ଲୋଭରେ  କ୍ରୋଧୀକୁ କ୍ରୋଧରେ

     କାମୁକକୁ ମାର କାମେ

ମୋହୀକୁ ମୋହରେ   ଅହୀଂକୁ ଅହଂରେ

     ନାଶି ଦିଅ ପ୍ରଭୁ ତୁମେ


ସତ୍ୟ ଯୁଗ ଗଲା     ତ୍ରେତୟା ବି ଗଲା

     ଗଲାଣି ଦ୍ଵାପର ଯୁଗ

କଳିଯୁଗ ମାରି      ସତ୍ୟ ଧର୍ମ ତାରି

     ଗଢ଼ ପୁଣି ଧର୍ମ ଯୁଗ


ଯେଉଁ ଧର୍ମ ଯୁଗେ    ମୋର ବିନା ମାଗେ

     ନର ଦେବ ମୋତେ ସୁନା

ତେବେ ଯାଇ ସିନା    ପାପ ହେଇ ଊଣା

     ପୁଣ୍ୟର ହେବ ସର୍ଜନା


ଆସିବେ ଅନେକ     ଜୀବ ଜନ୍ତୁ ଯାକ

     ପୂରିବ ମୋ ଶୂନ୍ୟ ଛାତି

ସେଇଥି ନିମନ୍ତେ    ଦୟା କର ମୋତେ

     ଆହେ ! ଜଗତ ନିୟତି 



Rate this content
Log in