ଭିନ୍ନ ଏକ ଯାଜ୍ଞସେନୀ
ଭିନ୍ନ ଏକ ଯାଜ୍ଞସେନୀ
ଭାରତ ବର୍ଷର ରାଷ୍ଟ୍ରପତି ଆଜି
ଭିନ୍ନ ଏକ ଯାଜ୍ଞସେନୀ
ଆଦିବାସୀ ଘରୁ ବିଶ୍ବ ଦରବାରେ
ଉଭା ସେଇ ବିଜୟିନୀ l
ଉତ୍କଳ ପ୍ରଦେଶ ମୟୂରଭଞ୍ଜ ର
ବାଇଦାପୋଷି ଠାରେ
ଆବିର୍ଭାବ ହେଲେ ସେ ମହା ମହିମ
ସାନ୍ତାଳି ପରିବାରେ l
ପୁତି ଟୁଡୁ ଥିଲା ପିଲା ଦିନ ନାଆଁ
ତାପରେ ହେଲା ଦୁର୍ପାତି
ସ୍କୁଲ୍ ରେ ଶିକ୍ଷକ ନାଆଁ ଦେଲେ ବୋଲି
ହେଇଗଲେ ଦ୍ରୌପଦୀ l
ଉବରବେଡ଼ା ପ୍ରାଥମିକ ଠାରେ
ସପ୍ତମ ପର୍ଯ୍ୟନ୍ତ ପଢ଼ି
ତା' ପରେ ୟୁନିଟ୍ ଟୁ ବାଳିକାରେ
ମାଟ୍ରିକ ଥିଲେ ଚ଼ଢ଼ି l
ରମାଦେବୀ ବିଶ୍ବ ବିଦ୍ଯାଳୟେ ସିଏ
ସ୍ନାତକ ପାଠ ସାରି
ରାଇରଙ୍ଗପୁରେ ପୌରାଧ୍ୟକ୍ଷା ଥିଲେ
ନିର୍ବାଚ଼ିତ ହେଇ କରି l
ସ୍ବାମୀ ଶ୍ୟାମ ବାବୁ ସାଥେ ଦୁଇ ପୁତ୍ର
ଲକ୍ଷ୍ମଣ , ସିପୁନ ଥିଲେ
ଜଣ ଜଣ ହେଇ ତିନି ବାପ ପୁଅ
ଅବେଳରେ ବାହୁଡ଼ିଲେ l
ପିଇ ଆଖି ଲୁହ ସମ୍ଭାଳି ନିଜକୁ
ଝୀଅ ଇତିଶ୍ରୀ କୁ ଧରି
ଆଗେଇ ଚ଼ାଲିଲେ ଜୀବନ ସଂଗ୍ରାମେ
ଛାତିକୁ ପଥର କରି l
ଝାଡ଼ଖଣ୍ଡ ରାଜ୍ଯେ ଦେଶର ପ୍ରଥମ
ଆଦିବାସୀ ରାଜ୍ଯପାଳ
ସ୍ବର୍ଣ୍ଣାକ୍ଷରେ ଏହା ହେଲା ଲିପିବଦ୍ଧ
ଇତିହାସେ ଚି଼ର କାଳ l
ଆଜି ସେ ଭାରତେ ଦେଶର ପ୍ରଥମ
ଆଦିବାସୀ ରାଷ୍ଟ୍ରପତି
ତାଙ୍କରି ଜୀବନ ସଂଗ୍ରାମ ଆଗରେ
ହାର୍ ମାନିଲା ନିୟତି ll
