STORYMIRROR

TAPAN NAIK

Romance

2  

TAPAN NAIK

Romance

ପ୍ରେମ ଲୀଳା

ପ୍ରେମ ଲୀଳା

1 min
66

ଗୋଧୂଳି ସମୟେ       ସୁବର୍ଣ୍ଣି ତପନ

       ପଶ୍ଚିମ ପାହାଡ଼ ଧାରେ

ରାଧା କୃଷ୍ଣଙ୍କର     ପ୍ରେମ ଲୀଳା ଦେଖି 

       ଅଟକି ରହିଲେ ଥରେ

ସଭିଏଁ ନିରବ        ଶାନ୍ତି ପୂର୍ଣ୍ଣ ଧରା

      ନିଃଶବ୍ଦ ସଞ୍ଜର ବେଳେ

ରାତି ଦିନ ଆଉ      ଅନ୍ଧାର ଆଲୋକ 

     ହେଲା ନାହିଁ ଏଇ କାଳେ 

ଯମୁନା ଘାଟରେ     ଗାଇ ଛାଡି଼ ଦେଇ 

      ଗୋପାଳ କଦମ୍ବ ମୂଳେ

ବଜାଇଲେ ବଂଶୀ     ମାୟାଧର କୃଷ୍ଣ 

      ଗାଇ ଗୋଟାଇବା ଛଳେ

କାଇଁ କେତେ ଦୂରୁ    କେଶବ କୋଇଲି 

       ହୃଦୟର କାନେ ଶୁଣି 

ପାରିଲାନି ଯମା    ଗୋପ ଦାଣ୍ଡେ ଦଣ୍ତେ

       ରହିବାକୁ ରାଧା ରାଣୀ 

ଖରା, ବର୍ଷା,ଶୀତ      ବାରି ପାରିଲାନି 

       ଶୁଣି ପ୍ରିୟତମ ଡାକ

ପଲକ ଭିତରେ        ଭୁଲିଗଲା ସବୁ

     ଭୋକ, ଶୋଷ, ଦୁଃଖ ଯାକ

ଖାଲ ଢିପ ଆଉ        କଣ୍ଟକିତ ପଥ

        ଚି଼ହ୍ନି ପାରିଲାନି ଯମା

ପବନ ବେଗରେ       ଯମୁନାକୁ ଗଲା

        ଶ୍ରୀ କୃଷ୍ଣଙ୍କ ପ୍ରିୟତମା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance