ପ୍ରେମ ଲୀଳା
ପ୍ରେମ ଲୀଳା
ଗୋଧୂଳି ସମୟେ ସୁବର୍ଣ୍ଣି ତପନ
ପଶ୍ଚିମ ପାହାଡ଼ ଧାରେ
ରାଧା କୃଷ୍ଣଙ୍କର ପ୍ରେମ ଲୀଳା ଦେଖି
ଅଟକି ରହିଲେ ଥରେ
ସଭିଏଁ ନିରବ ଶାନ୍ତି ପୂର୍ଣ୍ଣ ଧରା
ନିଃଶବ୍ଦ ସଞ୍ଜର ବେଳେ
ରାତି ଦିନ ଆଉ ଅନ୍ଧାର ଆଲୋକ
ହେଲା ନାହିଁ ଏଇ କାଳେ
ଯମୁନା ଘାଟରେ ଗାଇ ଛାଡି଼ ଦେଇ
ଗୋପାଳ କଦମ୍ବ ମୂଳେ
ବଜାଇଲେ ବଂଶୀ ମାୟାଧର କୃଷ୍ଣ
ଗାଇ ଗୋଟାଇବା ଛଳେ
କାଇଁ କେତେ ଦୂରୁ କେଶବ କୋଇଲି
ହୃଦୟର କାନେ ଶୁଣି
ପାରିଲାନି ଯମା ଗୋପ ଦାଣ୍ଡେ ଦଣ୍ତେ
ରହିବାକୁ ରାଧା ରାଣୀ
ଖରା, ବର୍ଷା,ଶୀତ ବାରି ପାରିଲାନି
ଶୁଣି ପ୍ରିୟତମ ଡାକ
ପଲକ ଭିତରେ ଭୁଲିଗଲା ସବୁ
ଭୋକ, ଶୋଷ, ଦୁଃଖ ଯାକ
ଖାଲ ଢିପ ଆଉ କଣ୍ଟକିତ ପଥ
ଚି଼ହ୍ନି ପାରିଲାନି ଯମା
ପବନ ବେଗରେ ଯମୁନାକୁ ଗଲା
ଶ୍ରୀ କୃଷ୍ଣଙ୍କ ପ୍ରିୟତମା

