STORYMIRROR

TAPAN NAIK

Romance Tragedy

3  

TAPAN NAIK

Romance Tragedy

ପ୍ରେମ କରିବା କି ସହଜ ?

ପ୍ରେମ କରିବା କି ସହଜ ?

1 min
166

କଥା ଦେଲା ପରେ କଥା ଅନୁସାରେ

    କଥା ରଖିବା କି ସହଜ

   ପ୍ରେମ କରିବା କି ସହଜ ?


ତା' ପାଇଁ ନିଜର ଜୀବନ ଜାଳିବା

   ଯାହା କହୁ ବୋଲି ସମାଜ

    ପ୍ରେମ କରିବା କି ସହଜ ?


ସମାଜରେ ତାର ଅଧିକାର ପାଇଁ

   ସମାଜେ କରିବା ଆୱାଜ

   ପ୍ରେମ କରିବା କି ସହଜ ?


ତା ଭୁଲ୍ ଥିଲେ ବି ତା ପକ୍ଷ ହେଇ

    କଳିରେ କରିବା ଗରଜ

   ପ୍ରେମ କରିବା କି ସହଜ ?


ନିଜେ ହେଇ ପଛେ ପରାଧୀନ ତାକୁ

   ସ୍ୱାଧୀନ ଦେବା କି ସହଜ

   ପ୍ରେମ କରିବା କି ସହଜ ?


ଜାଣି ଶୁଣି କରି ତା ପାଇଁ ହାରିବା

  ସିଏ ହେବ ବୋଲି ନାରାଜ

  ପ୍ରେମ କରିବା କି ସହଜ ?


ନିଜ ଯନ୍ତ୍ରଣାକୁ ଚାଦର ଘୋଡ଼ାଇ

   ବୁଝିବା ତାହାର ଦରଜ

  ପ୍ରେମ କରିବା କି ସହଜ ?


ସେ ଦେଲେ ବି ଧୋକା ଖୁସିରେ ଖୁସିରେ

   ବୁଣିବା ତା ଘରେ ମୁରୁଜ

  ପ୍ରେମ କରିବା କି ସହଜ  ?


ନିଜେ ରହି ପଛେ ଘୋର ଅନ୍ଧାରରେ

    ଆଣିବା ତା ପାଇଁ ସୂରୁଜ

   ପ୍ରେମ କରିବା କି ସହଜ ?


ନିଜ ଲୁହ ସିଏ ଦେଖିଲେ କହିବା

   କାଟୁଥିଲି ବୋଲି ପିଆଜ

   ପ୍ରେମ କରିବା କି ସହଜ ?


ନିଜ ପାଇଁ କିଛି କିଣିବା ଆଗରୁ

  ତା ପାଇଁ କରିବି କରଜ

  ପ୍ରେମ କରିବା କି ସହଜ ?


ପ୍ରାଣ ଥିବା ଯାଏଁ ସାଇତି ରଖିବା

   ସିଏ ଦେଇଥିବା କାଗଜ

  ପ୍ରେମ କରିବା କି ସହଜ ?



Rate this content
Log in

Similar oriya poem from Romance