ବିଚ୍ଛେଦ
ବିଚ୍ଛେଦ
ଯା' ନୟନୁ ମୋର ଲାଗି ଝରୁଥିଲା
ଅବାରିତ ଲୋତକର ଧାର
ମୋତେ ଦେଖି ଅଭିମାନେ
ଲୁଚାଇଲା ସିଏ ମୁଖ ଆପଣାର l
ଯା' ଓଷ୍ଠରୁ ଦିନେ ବର୍ଷୁଥିଲା
ଉଷ୍ମ ଚୁମ୍ୱନର ମଧୁ
ସିଏ ମୋତେ ତ୍ଯଜି ଚାଲିଗଲା
ସାଜି ଆନର ନବ ବଧୂ l
ଯା' ହସ୍ତରେ ଲେଖାଥିଲା
ଶରଧାରେ ନାମ ମୋର
ସିଏ ମୋ ଦେହେ ଲେପିଦେଲା
ଅଲିଭା ଦାଗ ଦୁର୍ନାମର l
ଯା' ହୃଦୟେ ଥିଲା ଯତନେ
ସାଇତା ଜଳଛବି ମୋର
ସିଏ ମୋତେ ସ୍ବାର୍ଥ ସିଦ୍ଧି
ଅନ୍ତେ କରିଦେଲା ଦୂର l
ଜାଣିବାକୁ ଥରେ ହେଲେ
ଦେଲା ନାହିଁ କିବା ଦୋଷ ମୋର
ନୀରବରେ ସିଏ ଗଲା ଚାଲି
ହାତ ଧରି ଆନ ପୁରୁଷର l
ତା' ବିରହ ବେଦନା ଜ୍ୱାଳାରେ
ମୁହିଁ ଜଳି ମରେ କ୍ଷଣ କ୍ଷଣ
ମନର ନିଭୃତ କୋଣରେ
ଶବ୍ଦ ତୋଳେ ତା' କର କଙ୍କଣ ll