ପ୍ରିୟାର ଓଢଣୀ
ପ୍ରିୟାର ଓଢଣୀ
ପ୍ରିୟାର ଓଢଣୀ, କାହାପାଇଁ ସାଜେ କବିତା,
ପୁଣି କାହାର ମଥାର ଘୋଡଣୀ
ସୌନ୍ଦର୍ଯ୍ୟର ସାଜେ ସୁରକ୍ଷା କବଚ,
ଲୋଭିଲା କରଇ ଚାହାଣି |
ପ୍ରିୟାର ଓଢଣୀ, ଋତୁ ପରି ରଙ୍ଗ ବଦଳାଏ କେବେ
ହଳଦିଆ, ନାଲି, ନୀଳ, କଳା,
ସବୁଜ, ଗୋଲାପି, ଧଳା ରଙ୍ଗେ ଗୁନ୍ଥା,
ଚୁମୁକି,ପଥର ନିଳୋତ୍ପଳା |
ପ୍ରିୟାର ଓଢଣୀ, ସହ୍ୟକରିଥାଏ ଖରା,ବର୍ଷା, ଶୀତ
ସୁରକ୍ଷିତ କରେ ମିତଣୀ,
ଧୂଳି ଧୂସରକୁ ଧାରଣ କରିଣ,
ବାଢିଦିଏ ଶୋଭା ବାରେଣୀ |
ପ୍ରିୟାର ଓଢଣୀ, ଲମ୍ବା ଚାରିହାତ,ପ୍ରସ୍ଥ ଦୁଇ ହାତ
ତଥାପି ମହତ କରେ ସୁରକ୍ଷିତ,
ମଥାରେ ରହିଲେ ବଡ଼ଲୋକ ଆଗେ,
ହୋଇଥାଏ ପ୍ରିୟା ଗୌରାବାନ୍ୱିତ |
ପ୍ରିୟାର ଓଢଣୀ, ପରିଚୟ ଦିଏ ସେ ସହଧର୍ମିଣୀ
ଅଟେ କାହା ପ୍ରିୟ ମିତଣୀ,
ମଥାରେ ରଖିଲେ ନିଶ୍ଚୟ ଜାଣିବ,
ସାଜିଛି ସେ କାହା ଘରଣୀ |
ପ୍ରିୟାର ଓଢଣୀ,ଅତିମନଲୋଭା,କରେଆନ୍ଦୋଳିତ
ତା ପ୍ରିୟ ଜନର ଚାହାଣି,
ଏକ କଲ୍ଲୋଳ ଭରିଦିଏ ହୃଦୟରେ,
ସାଜେ ସେ ପ୍ରିୟ ପଲ୍ଲବିନି |
ପ୍ରିୟାର ଓଢଣୀ,ଉଡିଗଲେସିଏ କବିର ମନରେ
ଗଢି ଉଠେ କାବ୍ୟ କବିତା,
ପ୍ରିୟାର ଓଢଣୀ, ଜାଣିଛି ତାହାର ଏକ ମାତ୍ର ସାଥୀ
ସକଳ କଲ୍ୟାଣୀ ଦୁହିତା |
ଆଜି ହଜିଯାଇଛି ସେ ପ୍ରିୟ ଭାବନା, ଜାଗୃତ
ପ୍ରିୟାର ମଥାର ଓଢଣୀ,
ତଥାପି ହଜିନି ଶାଳୀନତା ଭରା ହୃଦୟର
ଭାବ ତରଙ୍ଗିନୀ |