STORYMIRROR

Ramani Kanta Sahu

Romance Inspirational

4  

Ramani Kanta Sahu

Romance Inspirational

ପାରିବ କି

ପାରିବ କି

1 min
587


ଅବରୋଧ କରି ପାରିବ କି ଲାଭା ଉଦ୍ଗିରଣ

ଅଟକାଇ ପାରିବ କି ସାଗରର ଅସୁମାରି ତରଙ୍ଗ

ଧିମେଇ ପାରିବ କି ସମୟର ଗତି

ଯଦି ନା ମୋର କାହିଁକି ପଥରୋଧ କରୁଛ

ପ୍ରସ୍ପୁଟିତ ହେବାକୁ ଦେଉନା ମୋ ପ୍ରେମ କୁସୁମ କୁ ।


ଅଟକାଇ ପାରିବ କି ମଣିଷର ହୃଦୟ ସ୍ପନ୍ଦନ

ବଦଳାଇ ପାରିବ କି ନିଉଟନ ଙ୍କ ଗତି ର ନିୟମ

ଉର୍ଧଗାମୀ କରି ପାରିବ କି ନଦୀର ଗତିପଥ

ପରିବର୍ତ୍ତନ କରି ପାରିବ କି ଇନ୍ଦ୍ରଧନୁର ରଙ୍ଗ

ଯଦି ନାକାହିଁକି ଅବରୋଧ କରୁଛ ମୋ ହୃଦୟ ଦ୍ୱାର

ପରିପ୍ରକାଶ ହେବାକୁ ଦେଉନା ମୋ ମନର ଭାବନା ।


ଦେଖାଇ ପାରିବ କି ଅମାବାସ୍ୟା ରେ ଜହ୍ନ

ରୋକି ପାରିବ କି ଫାଇଲିନ, ସୁନାମୀ କି ଭୂକମ୍ପ

ମିଛ କୁହାଇ ପାରିବ କି ଦର୍ପଣ କୁ

ଯଦି ନା ମତେ କାହିଁକି ମନା କରୁଛ

ମୁ ତ ସତ କହିବାକୁ ଚାହୁଁଛି

ମୋ ଶାଶ୍ୱତ ପ୍ରେମର ପରିପ୍ରକାଶ କରିବାକୁ ଚାହୁଁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance