STORYMIRROR

Satyabati Swain

Romance

4  

Satyabati Swain

Romance

ବିଚିତ୍ର ଅନୁଭବ

ବିଚିତ୍ର ଅନୁଭବ

1 min
502

ଇପ୍ସିତ

ସେ ମଣିଷ ହେଉ କି ଚିଜ 

ହଠାତ ହାତ ପାଆନ୍ତାରେ ମିଳିଗଲେ 

କେମିତି ଲାଗେ ?

ବିଚିତ୍ର ଅନୁଭବ ଟିଏ ଜାବୁଡି ଧରି 

ଖୁ ଖୁସି ନେସି ଦିଏ ହୃଦୟ କାନ୍ଥରେ, ନା ।


ସେମିତି ତୁମେ ମୋର ଅପ୍ରକାଶ୍ୟ ଅନୁଭବଟିଏ

 ତାକୁ ଦେଖୁ ଦେଖୁ ଦୁଇ ବାହୁ ବନ୍ଧନରେ

 ଜାବୁଡି ଧଇଲା

 ମୁଁ ବି ଜଗଡ଼ି ଧରିଲି ଗୋଟା ପଣେ ନିଜର କରି

 ତାକୁ ଛାତିରେ ଜାବୁଡି ଧରିବାର ଇପ୍ସା ଟିଏ

 ମୋ ଭିତରେ କେତେ ଶୋଷ ନେଇ

 ଖୁଜୁ ବୁଜୁ ହେଉଥିଲେ ତା ପାଇଁ ଯେଣୁ।


ଦେଖିଲି ମୁହଁ,

ଛୁଇଁଲି ଦେହ,

ତାପରେ ଭିତରେ ପ୍ରବେଶ କଲି

ମୋତେ ତା କାଉଁରୀ ସ୍ପର୍ଶ ,

ଭିତର ଚମତ୍କାର

ନିଆରା ବେଶ ବମୋହିତ କରି ମୋତେ କାବୁ କଲା।


ନାମର ଆକର୍ଷଣ ରୁ 

ଶୋଷ ବଢ଼ୁଥିଲା ତା ରୂପ ଏବଂ ଅନ୍ତର୍ନିହିତ 

ସମ୍ମୋହନ ଶକ୍ତି ମୋଠୁ ମୋତେ ଛଡେଇ ନେଲା

 ଆସ୍ତେ ଆସ୍ତେ ତା ନିଶାରେ ମୋହ ଗ୍ରସ୍ତ ହୋଇ ପଡିଲି।


ମୋ ଆବେଗ ଓ ବ୍ୟଗ୍ରତା 

ତା ଅନ୍ତକରଣ ସୌନ୍ଦର୍ଯ୍ୟରେ

ନିଜର ସତ୍ତା ହଜେଇଲେ

ମୁଁ ପ୍ରଗଳ୍ଭ ହୋଇ ଭିଜୁଥିଲି  

ତା ସହିତ ଏକାତ୍ମ ସୁଖରେ ଡୁବି

ସତରେ ବିଚିତ୍ର ନା ଏଇ ଅଦ୍ଭୁତ ଅନୁଭବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance