STORYMIRROR

SUJATA DAS

Romance

4  

SUJATA DAS

Romance

ତୁମ ନୀରବତା

ତୁମ ନୀରବତା

1 min
429


ତୁମ ନୀରବତା ଜଳାଏ ହୃଦୟ

    ମନେ ଭରିଦିଏ ଶଙ୍କା

ଭୁଲିଯାଇଛ କି ସମ୍ପର୍କ ମୋ ସାଥେ

    କରିଦେଇ ମତେ ଏକା.

ତୁମ କବିତାରେ ନାହିଁ କି ମୋ ଭାବ

    ନାହିଁ କି ମୋ ପ୍ରୀତି ମନେ

ଝୁରୁଥିଲ ମତେ ବ୍ୟାକୁଳ ଅନ୍ତରେ

    ଦେଖି ନ ପାରିଲେ ଦିନେ.

ମାନ ଅଭିମାନ ପ୍ରୀତିର ସ୍ପନ୍ଦନ

   ସମ୍ପର୍କରେ ବଢେ ମଧୁ

ଥିଲେ ଯେତେ ଦୂରେ ହୃଦୟଟାଝୁରେ

   ଝୁରେ ଅନ୍ତର ବଧୂ.

ଆକାଶ ବୁକୁରେ ବାଦଲ ଛନ୍ଦରେ

   ତୁମ ରୂପ ଉଠେ ଭାସି

ଆଇନା ଦେଖିଲେ ନିଜକୁ ଦେଖେନି

    ତୁମେ ଦେଉଥାଅ ହସି.

କିଛି ଲେଖିବାକୁ ଧରିଲେ କଲମ

   ତୁମେ ଆସିଯାଅ ମନେ

କେମିତି ଭୁଲିଲ ପର କରିଦେଲ

   ନୀରବତା ନୀରିଜନେ.

ରାଧାରାଣୀ ନୁହେଁ ମୀରା ହୋଇଯିବି

   ତୁମେ ତ ମୋହନ ମୋର

ଜଳୁଥିବି ବସି ପ୍ରୀତିର ଦୀପାଳି

   କରିଦିଅ ଯେତେ ପର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance