Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Abstract

4  

Binata Mohanta

Abstract

ତୁଷାର

ତୁଷାର

1 min
8


ଅଟେ ଏହା ବାସ୍ତବ ନା ଦେଖଇ ମୁଁ ସପନ

ଅବର୍ଣ୍ଣନୀୟ ଦୃଶ୍ୟ ନୁହେଁ ଶଦ୍ଦେ ଆକଳନ ।


ଚତୁଃର୍ଦିଗ ଦିଶୁଛି ଧବଳ ଶ୍ଵେତ ବର୍ଣ୍ଣ

ଘରଦ୍ଵାର ଗଛପତ୍ର ସବୁ ତୁଷାରରେ ପୂର୍ଣ୍ଣ ।


ଉଚ୍ଚ ଉଚ୍ଚ ଗିରି ଶୃଙ୍ଗ ଦିଶେ ଧବ ଫରଫର

ବରଷୁଛି ଦିବାରାତ୍ରୀ ସର୍ବଦା ତୁଷାର ।


ଜୁଆଡେ ନଜର ଯାଏ ସଫେଦ ଦିଶୁଛି

ପ୍ରକୃତି ଏଠାରେ ଧଳା ଚାଦର ଘୋଡିଛି ।


ପିଇବାକୁ ଜଳ ନାହିଁ ଶସ୍ୟ ହେବ କାହୁଁ

କେମିତି ବଞ୍ଚିବେ ଜୀବ ସାଧନ ବିନା ତହୁଁ ?


ସୂରୁଜ ପ୍ରକାଶରେ ଉତ୍ତାପ ଜମା ନାହିଁ 

ଶୀତଳ ପବନ ଦେହକୁ ଦେଉଛି ଜମାଇ ।


ମଜା ନବାକୁ ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ

ସବୁ ଶ୍ଵେତ ଦେଖି କହନ୍ତି ଏହା କେଉଁ ଲୋକ ?



Rate this content
Log in

Similar oriya poem from Abstract