Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Classics

3  

Binata Mohanta

Classics

ଶୀତର ପହିଲି ସ୍ପର୍ଶ

ଶୀତର ପହିଲି ସ୍ପର୍ଶ

1 min
8


କାର୍ତ୍ତିକେ ମୃଦୁ ଶୀତ ଆଗମନ

ତା' ସ୍ପର୍ଶେ ଥରଥର ହୁଏ ଏ ତନ

ଉଷ୍ମତା ଟିକେ ପାଇବା ପାଇଁ

ଚାହିଁ ଥାଏ ବାର ବାର ଏ ମନ ।


ବିଛଣା ଛାଡ଼ିବା କୁ ଲାଗେ କାତର

ରେଜେଇ କମ୍ବଳ ଲାଗଇ ପ୍ରିୟ

ଶେଯ ତ୍ୟାଗ କରି ଉଠିବା ମାତ୍ରେ

ମନ ଖୋଜଇ ଉଷ୍ଣ ପାନୀୟ ।


ପାଣିକୁ ଦେଖିଲେ ଲାଗଇ ଡର

ଗାଧୋଇବା ନାମେ ଆସଇ ଜ୍ୱର

ଦିନରେ କାଲୁଆ ପବନ ବୋହି

ଶରୀରକୁ ଦିଅଇ ଶୀତ ପ୍ରହାର ।


ଡେରିରେ ପ୍ରକଟ ହୁଅନ୍ତି ସୂର୍ଯ୍ୟ

ଘୋଡ଼ିଥାନ୍ତି ସେ କୁହୁଡିର ଚାଦର

ଶୀଘ୍ର ବାହୁଡନ୍ତି ଡେରିରେ ଆସି

ସନ୍ଧ୍ୟା ହଉଣୁ ମାଡ଼ି ଆସେ ଅନ୍ଧାର ।



Rate this content
Log in

Similar oriya poem from Classics