ମୁଁ ଶୀତ ସକାଳର ଗୀତ
ମୁଁ ଶୀତ ସକାଳର ଗୀତ
ଶୀତ ସକାଳର ଗୀତଟିଏ ମୁଁଯେ
ମଗୁଶୁର ମଧୁରାତି
ସୁନା ସୁରୁଜର ଉଷ୍ଣତା ମୁଁଯେ
ଦେହରେ ଭରିଛି ତାତି
ଫୁଲ ଚାଙ୍ଗୁଡ଼ିର ସୁଗନ୍ଧ ଫୁଲ ମୁଁ
ଢାଳିଛି ଅନଙ୍ଗ ପ୍ରିତି
ଶୀତ ସକାଳର ଗୀତଟିଏ ମୁଁଯେ
ମଗୁଶୁର ମଧୁରାତି.......।।
ଉଷୁମ ଚା ର ନିଆରା ଢ଼ୋକରେ
ଆଲ୍ହାଦର ଆଶ୍ୱାସନା
ମଠା ମଖମଲ୍ଲୀ କାଣ୍ଟିଆ ସୂତାର
ଚାଦରରେ କାରୁ ବୁଣା
କେଉଁ ଦୂର ଦେଶ ଅତିଥି ପକ୍ଷୀ ମୁଁ
ନାହିଁ ମୋର କିଛି ଜାତି
ଶୀତ ସକାଳର ଗୀତ ଟିଏ ମୁଁ ଯେ
ମଗୁଶୁର ମଧୁ ରାତି.......।।
ପ୍ରଣୟ ସନ୍ଧ୍ୟାର ସ୍ନିଗ ବେଳାରେ
ଚିଲିକାର ପଟ୍ଟଚିତ୍ର
ଅସୁମାରୀ ଆଶା ଆନନ୍ଦ ରେଖାରେ
ସଭିଙ୍କୁ କରିଛି ମିତ୍ର
ରଙ୍ଗ ବେରଙ୍ଗର ଟସର ଚାଦରେ
ଯାଉ ଏ ମୁହୂର୍ତ୍ତ ବିତି
ଶୀତ ସକାଳର ଗୀତ ଟିଏ ମୁଁଯେ
ମଗୁଶୁର ମଧୁରାତି........।।
