STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ସାତଭାଇ ବିନା ତଅପୋଇ

ସାତଭାଇ ବିନା ତଅପୋଇ

1 min
241


              

ସାଧବ ଘର କାହାଣୀରେ ନିହିତ

ଅତୀତ ହୃତ ଗୌରବ

ତତ୍କାଳୀନ ଉତ୍କଳର ଜଳ ଯାତ୍ରା

ବାଣିଜ୍ୟର ପ୍ରତିବିମ୍ବ ।

ସାଧବ ଘରର କାହାଣୀ ସହିତ

ଦରିଆ ପାରି ବେପାର

ସ୍ପଷ୍ଟ ଭାବରେ ହୋଇଅଛି ବର୍ଣ୍ଣନ

ତଅପୋଇ ଚରିତ୍ରର।

ସାଧବ ଘର ହାବଭାବ ସ୍ବଭାବ 

ଏକ ଯୌଥ ପରିବାର

ଧନଧାନ୍ୟ ଗୋପଲକ୍ଷ୍ମୀ ସହିତରେ

ହସ ଖୁସିର ସଂସାର।

ତଅପୋଇ ନାମ୍ନୀ ଏକ ମାତ୍ର କନ୍ୟା

ସାତ ଭାଇର ଭଉଣୀ

ପରିଣତି ବୟସରେ ଉପନୀତ

ସାଧବ ଓ ସାଧବାଣୀ।

ସାଙ୍ଗ ମେଳେ ଖେଳେ ତଅପୋଇ

ନିତି ଘର ଅଗଣାରେ

ବାଉଁଶ କୁଲେଇ ସହ ବାଲି ଖେଳ

ହସ ଫୁଟଇ ଓଠରେ।

ବାପା ମାଆ ଭାଇ ଭାଉଜଙ୍କ ପ୍ରିୟ

ତଅପୋଇ ଅଲିଅଳି 

ଦୁଃଖ ଅଭାବ ବିଷୟରେ ଅଜ୍ଞାନ

ଯାହା ଚାହେଁ,ଯାଏ ମିଳି।

କଳିହୁଡ଼ି ବୁଢ଼ୀ ପ୍ରରୋଚନାରେ

ପ୍ରାୟ ପ୍ରଲୋଭିତ ହୋଇ

ତଅପୋଇ ଅଳି କଲା ରୂପା ଚାନ୍ଦ

ପୁଣି ସୁନାର କୁଲେଇ।

ଭଉଣୀର କଥା ଶୁଣି ସାତ ଭାଇ

କରିଥିଲେ ପ୍ରତିଶୃତି 

ଖୁସି ପାଇଁ ଅଲିଅଳି ଭଉଣୀର

ଦାବି ହେବ ଫଳବତୀ।


ଉପନୀତ ହେଲା ବେପାର ସମୟ

ବୋଇତରେ

ସାତ ଭାଇ 

ଯାତ୍ରା କଲେ ଦୂର ଦେଶକୁ ସତ୍ତ୍ୱର

ଘରେ ଖେଳେ ତଅପୋଇ।

ବୃଦ୍ଧାବସ୍ଥା ସାଧବ ଓ ସାଧବାଣୀ 

ଚାଲିଗଲେ ଆରପାରି

ଭାଉଜ ସହିତ ବିତାଏ ଜୀବନ

ତଅପୋଇ ସୁକୁମାରୀ।


ଭାଉଜଙ୍କ କୋପ ଦୃଷ୍ଟିର ଶିକାର

ଯେବେ ହେଲା ତଅପୋଇ

ଦୁଃଖ ଦୁର୍ଦ୍ଦିନରେ କାନ୍ଦେ କଇଁ କଇଁ 

ମନ ମଧ୍ୟେ ଖୋଜେ ଭାଇ।

ଭଲରେ ଖାଇବାକୁ ମୁଠେ ନ ପାଇ

କରେ କାମ ଯାବତୀୟ

ଆଢ଼ୁଆଳେ କେବଳ ସାନ ଭାଉଜ 

ଛପି ହୁଅଇ ସହାୟ।

ଖାଇ ଖୁଦ ଚରାଇଲା ଛେଳି

ନିତି ଜଙ୍ଗଲ ଭିତରେ

ଅଚାନକ ଘରମଣି ନାମ୍ନୀ ଛେଳି

ହଜିଲା ଝଡ଼ ବର୍ଷାରେ।


ଛେଳି ଖୋଜି ଖୋଜି ଅନ୍ଧାର ରାତିରେ

ଦେଖି ମଙ୍ଗଳା ପୂଜନ

ଅଶ୍ରୁ ଢାଳି ଦେବୀଙ୍କ ଶ୍ରୀ ଚରଣରେ

ଦୁଃଖ କଲା ସମର୍ପଣ।

ମା' ଖୁଦୁରୁକୁଣୀ କୃପାରୁ ଦୁଃଖ ଦୂର

ଫେରି ଆସେ ଘରମଣି

ସାତ ଭାଇ ବି ଫେରିଲେ ବିଦେଶୁ

ତଅପୋଇ ଖୁସି ପୁଣି।

ଭାଇ ମାନେ ଜ୍ଞାତ ହେଲେ ଭଉଣୀ କଷଣ

ଛଅ ଭାଉଜଙ୍କୁ ଶାସ୍ତି

ସାନ ଭାଉଜ ହିଁ ହେଲା ବେଶି ଖୁସି

ଦେଖି ତଅପୋଇ ମୁକ୍ତି।

ତଅପୋଇର କଷଣ ହେଲା ହରଣ

ଦେବୀ ମଙ୍ଗଳା କୃପାରେ

ଦୁଃଖୀ ନ ହେଉ କେହି ସେହିପରି

ଭଉଣୀ ସାତ ଭାଇରେ।



Rate this content
Log in

Similar oriya poem from Abstract