ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଇଛାରେ ତୋହର ଜଗତ ଚାଲିଛି
ଏମିତି ଇଛା ତୁ କାହିଁକି କଲୁ
ଏକା ଏକା ଆସି ସ୍ନାନ ସାରି ଗଲୁ
ଭକ୍ତଙ୍କୁ ଦର୍ଶନୁ ବଞ୍ଚିତ କଲୁ I
ତୋ ଲୋମ କୂପରେ କୋଟିଏ ବ୍ରହ୍ମାଣ୍ଡ
ଏ ଛାର କରୋନା ଡରେଇ ଦେଲା
ଏକା ଏକା ବସି ରତ୍ନ ସଂହାସନେ
କି ସୁଖ ଅବା ତୁ ପାଉଛୁ ଭଲା I
ଭକତ ବତ୍ସଳ ବୋଲି ନାମ ଡାକ
ଭକତଙ୍କ କଥା ଭୁଲି କି ଗଲୁ
ସତେ କଣ ତୋର ଶକ୍ତି ହଜିଗଲା
କରୋନା ଆଗରେ ମୁଣ୍ଡ ନୋଇଁଲୁ I
ଜଗତର ନାଥ ଜଗତ କରତା
କାଳିଆ ଠାକୁର କଳା ଶ୍ରୀମୁଖ
ବିଶ୍ୱ ବ୍ରହ୍ମାଣ୍ଡକୁ ଦେଖା ତୋର ଶକ୍ତି
ନଲାଗୁ ତୋ ନାମେ ମିଛ କଳଙ୍କ I
ଫର ଫର ଉଡୁ ପତିତ ପାବନ
ପତିତ ଜନଙ୍କୁ ଉଦ୍ଧାର କର
ସଭିଙ୍କ ମୁହଁରୁ ଉଚ୍ଚାରିତ ହେଉ
ଜୟ ଜଗନ୍ନାଥ କୃପା ସାଗର I