STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଝଡ଼ଝଞ୍ଜା

ଝଡ଼ଝଞ୍ଜା

1 min
233


ଅତୀତ ର କଥା ବର୍ଣ୍ଣନା କରୁଛି


ଅତି ଭୟଙ୍କର ସେହୁ,


ବିତି ଅଛି ଯାହା କରୋନା ଯାତ୍ରାରେ


ଲେଖୁ ଅଛି ମୁହିଁ ଏହୁ।୧।


କେଉଁ କର୍ମଫଳୁ ଆସିଲା ରୋଗଟି


ଅଦୃର୍ଶ୍ୟ ପରିଟି ସେହୁ,


ବୁଝି ହେଲା ନାହିଁ ତାର ପରାକ୍ରମ


ଅତି ହିଁ ଘାତକ ଏହୁ।୨।


ସମ୍ପୂର୍ଣ୍ଣ ଦେଶରେ ମାଡ଼ି ଗଲା ସେହୁ


ସମୁଦ୍ର ଲହରୀ ପରି,


ଲହରୀର ବେଗ ଅତି ହିଁ ପ୍ରଖର


ବିନାଶ କରିବା ପରି।୩।


ଚିନ୍ତାର ଲହରୀ ଅଥୟ ଟି କଲା


ଚିନ୍ତାମଗ୍ନ ହେଲେ ସବୁ,


ବୁଦ୍ଧି ଦିଶିଲାନି ପ୍ରତିକାର ପାଇଁ


ଅସ୍ଥିର ହେଲାଟି ସବୁ।୪


ନିରାଶର ସୃଷ୍ଟି ହୋଇଲା ତହିଁରୁ


ହାହାକାର ରାବ୍ ଶୁଭେ,


ଅମ୍ଳଜାନର ଟି ଅତି ଆବଶ୍ୟକ


ନିଅଁଟ ର ରାବ୍ ଶୁଭେ।୫।


ରୋଦନର ରାବ ଗୁଞ୍ଜି ଗଲା ଦେଶେ


ଚତୁର୍ଦିଗେ ହିଁ ନିରାଶ,


ଦେଶର ପ୍ରଧାନ ଅତି ହିଁ ମହାନ


ପୂରଣ କଲେ ସର୍ବସ୍ବ।୬।


ନିଅଁଟ ନ ହେଲା ଅମ୍ଳଜାନର ଭି


ନିଅଁଟ ନୁହେଁ ଔଷଧୀ,


ବୈଜ୍ଞାନିକ କଲେ ଟିକା ଆବିଷ୍କାର


ଜୀବନେ ବଡ଼ ଔଷଧୀ।୬।


ତିନୋଟି ଔଷଧୀ ଜରୁରୀ ହୋଇଲା


ରୋଗ ନିବାରଣ ପାଇଁ,


ମାସ୍କ ଲଗେଇବା ଟିକା ଲଗେଇବା


ଦୂରତା ରଖିବା ପାଇଁ।୭।


ଏହି ମନ୍ତ୍ର ସଙ୍ଗେ ଘରେ ରହିବା ଭି


ହେଲା ଆବଶ୍ୟକ ଜନେ,


କର୍ତ୍ତବ୍ୟ ପଥରେ ପଥଗାମୀ ହେଲେ


ଘରରେ ରହିଲେ ଜନେ।୮।


ଟିକା ଲାଗୁଅଛି ଜନତାଙ୍କୁ ଏବେ


ନୀରୋଗି ହୁଅନ୍ତି ଜନେ,


ଅଦୃର୍ଶ୍ୟ ରୋଗର ତାଣ୍ଡବ ଘଟୁଛି


କରୋନା ନ ହୁଏ ଜନେ।୯।


ଜଗନ୍ନାଥ ପ୍ରଭୁ ସୁଦୟା କରିଲେ


ଚକ୍ଷୁ ପକେଇଲେ ଏବେ,


କରୁଣାର ଚକ୍ଷୁ କରିଲା ମଙ୍ଗଳ


ଘୁଞ୍ଚୁ ଅଛି ଦୁଃଖ ଏବେ।୧୦।


ନୂଆ ଇତିହାସ ଆବିର୍ଭାବ ଏଠି


ଆତ୍ମନିର୍ଭରଟି ଏବେ,


ନୂତନ ଉତ୍ସାହ ଜଡ଼ିତ ହୋଇଲା


ଆତ୍ମବିଶ୍ବାସରେ ଏବେ।୧୧।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract