STORYMIRROR

Tapaswini DashSarangi

Abstract Inspirational

3  

Tapaswini DashSarangi

Abstract Inspirational

ତୁମେ ମୋର

ତୁମେ ମୋର

1 min
221

କେତେ ବା ଆଉ ଅଭିଯୋଗ

କେତେ ବା ଅଭିମାନ କରିବି ଯେ...

ତୁମକୁ ଦେଖି ଅଭିମାନର ଲୁହ 

ଯେବେ ଆଖିକୁ

ଭାରାକ୍ରାନ୍ତ କରେ ହେ ମହାପ୍ରଭୂ

ଓଠ ସେ ଲୁହର କେଇ ବୁନ୍ଦା ଆସ୍ଵାଦନ

କଲା ପରେ ଭିତରୁ କେହି ଜଣେ

ଆଶ୍ଵାସନା ଦିଏ "ମୁଁ ପରା ଅଛି

ତୁ କାହିଁକି ଅଭିମାନ କରୁଛୁ"?

ସେତେବେଳେ ମୁଁ ନିଜକୁ ଧିକାରିବା

ଆରମ୍ଭ କରେ ହେ ଠାକୁରେ

ତୁମକୁ ହୃଦୟରେ ଜାବୁଡି ଧରି ମୁଁ

ତୁମ ଉପରେ ଅଭିମାନ ଅଭିଯୋଗ

କାହିଁକି କରୁଛି?

ଅଜାଣତେ ତୁମକୁ ସତରେ କେତେ

କଷ୍ଟ ଦେଉଛି ମହାପ୍ରଭୂ।

ମୁଁ ତୁମର ଭକ୍ତ କି ନାହିଁ 

ସେଇଟା ତ ଏବେ ବି ପ୍ରଶ୍ନବାଚୀ

ହେଲେ ତୁମେ ମୋର ସବୁ କିଛି

ଏଇଟା ତ ଧ୍ରୁବ ସତ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract